Top Stories

Search here...

News

ଆଉ ୬୮ ଜୀବନ ନେଲା କରୋନା; ରାଜ୍ୟରୁ ନୂଆ ୧୯୩୦ ସଂକ୍ରମିତ ଚିହ୍ନଟ

Posted On - 2 minutes ago
Edited By Team BbsrReporters
LAST UPDATED Jul 13, 2021 09:46 AM

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଥିବା ବେଳେ କଟକରୁ ୨୨୦, ବାଲେଶ୍ୱରରୁ ୧୩୪ ଜଣ ଚିହ୍ନଟ ହୋଇଛନ୍ତିି ।

 

BBSR Reporters

 


ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ କମିବାରେ ଲାଗିଛି । ବିଗତ ୨୪ଘଣ୍ଟାରେ ରାଜ୍ୟରୁ ନୂଆ ୧୯୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ  ବାକି ୮୧୩ଟି ହେଉଛି ଲୋକାଲ୍ କେସ୍ । ସେହିଭଳି ଆଉ ୬୮ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ।  ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ୧୯୩୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୩ ହଜାର ୪୯୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।


ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଥିବା ବେଳେ କଟକରୁ ୨୨୦, ବାଲେଶ୍ୱରରୁ ୧୩୪, ଯାଜପୁରରୁ ୧୨୫ , କେନ୍ଦ୍ରାପଡ଼ାରୁ ୧୨୩, ଭଦ୍ରକରୁ ୯୮, ମୟୂରଭଞ୍ଜରୁ ୯୮, ସୁନ୍ଦରଗଡ଼ରୁ ୭୫ ଓ ଜଗତସିଂହପୁରରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି ।

 

ସେହିପରି ଅନୁଗୋଳ ଜିଲ୍ଲାରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୨, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩, ଦେବଗଡ଼ରୁ ୮, ସୋନପୁରରୁ ୫, ଢେଙ୍କାନାଳ ୬୨, ଗଜପତି ୪, ଗଞ୍ଜାମରୁ ୧୭, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୭, କେନ୍ଦୁଝରରୁ ୪୮, କୋରାପୁଟରୁ ୧୪, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୫,ନୟାଗଡ଼ରୁ ୫୮, ନୂଆପଡ଼ାରୁ ୨,ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫  ଓ ଷ୍ଟେଟ୍ ପୁଲ୍ରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି ।

 

୬୮ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଗଞ୍ଜାମରୁ ୭, ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫, ପୁରୀରୁ ୪, ଅନୁଗୋଳ ଓ ଯାଜପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗିର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।
ନୂଆ ମୃତକଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮୬ରେ ପହଞ୍ଚିଥିବା ବେଳେ ଅନୁଗୋଳରେ ୧୯୬, ବାଲେଶ୍ୱରରେ ୧୩୮, ବରଗଡ଼ରେ୨୦୪, ବଲାଙ୍ଗିରରେ ୮୬, କଟକରେ ୩୧୦, ଢେଙ୍କାନାଳରେ ୧୦୦, ଗଞ୍ଜାମରେ ୩୯୧, ଯାଜପୁରରେ ୫୬, ଝାରସୁଗୁଡ଼ାରେ୧୩୪, କନ୍ଧମାଳରେ ୫୫, କେନ୍ଦ୍ରାପଡ଼ାରେ ୧୦୬, କେନ୍ଦୁଝରରେ ୯୨, ମୟୂରଭଞ୍ଜରେ ୧୬୭, ନୟାଗଡ଼ରେ ୧୩୩, ନୂଆପଡ଼ାରେ ୭୨, ପୁରୀରେ ୨୮୮ ଓ ସୁନ୍ଦରଗଡ଼ରେ ୪୦୩କୁ ବୃଦ୍ଧି ପାଇଛି ।

 

 

Related News
satta king tw