Top Stories

Search here...

News

ରାଜ୍ୟରୁ ନୂଆ  ୩୪୨୭ ସଂକ୍ରମିତ ଚିହ୍ନଟ; ଆଉ ୪୨ ଜୀବନ ନେଲା କରୋନା

Posted On - 1 minute ago
Edited By Team BbsrReporters
LAST UPDATED Jun 19, 2021 10:41 AM

୪୨ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି ।

 

BBSR Reporters


ଭୁବନେଶ୍ୱର : କରୋନା ସଂକ୍ରମଣ କମୁଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୫୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୪୭୩ଟି ହେଉଛି ଲୋକାଲ୍ କେସ୍ । ଏଥିସହିତ ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି ।


ଚିହ୍ନଟ  ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩ ଜଣ ଥିବା ବେଳେ କଟକରୁ ୩୯୬, ଯାଜପୁରରୁ ୨୮୫ ଓ ବାଲେଶ୍ୱରରୁ ୨୬୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳ ଜିଲ୍ଲାରୁ ୧୩୮ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୫୨, ଭଦ୍ରକରୁ ୧୩୯, ବଲାଙ୍ଗିରରୁ ୪୦, ବୌଦ୍ଧରୁ ୩୧, ଦେବଗଡ଼ରୁ ୨୨, ଢେଙ୍କାନାଳରୁ ୭୮, ଗଜପତିରୁ ୨୭, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୮, ଝାରସୁଗୁଡ଼ାରୁ ୧୦ ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୧୪୨, ନୂଆପଡ଼ାରୁ ୨୦, ପୁରୀରୁ ୨୧୭, ରାୟଗଡ଼ାରୁ ୯୪, ସମ୍ବଲପୁରରୁ ୩୨, ସୁବର୍ଣ୍ଣପୁରରୁ ୩୦,  କଳାହାଣ୍ଡିରୁ ୩୫, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୧୧୧, କେନ୍ଦୁଝରରୁ ୪୭, କୋରାପୁଟରୁ ୭୨, ମାଲକାନଗିରିରୁ ୩୮, ମୟୂରଭଂଜରୁ ୧୬୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୮ ଜଣ ଚିହ୍ନଟ ହୋଇଛନ୍ତି । 

 

୪୨ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି । କଟକ, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବା ବେଳେ ବରଗଡ଼, କେନ୍ଦ୍ରାପଡ଼ା, କୋରାପୁଟରୁ ୩ ଜଣ ଲେଖାଏଁ, ଅନୁଗୁଳ, ମାଲକାନଗିରି, ମୟୂରଭଂଜ ଓ ନୂଆପଡ଼ାରୁ ୨ ଜଣ ଲେଖାଏଁ ଏବଂ କଳାହାଣ୍ଡି, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।


୩୪୨୭ଟି ନୂଆ କେସ୍ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୨୯ ହଜାର ୮୫୧ ଜଣ ସୁସ୍ଥ ହୋଇସାରିଲେଣି । ୪୦ ହଜାର ୪୭୧ ଜଣ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 
 

Related News
satta king tw