Top Stories

Search here...

News

ଛୋଟ ପରଦାରେ ନଜର ଆସିବେ ‘ରାମାୟଣ’ରେ ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିଆ 

Posted On - 1 minute ago
Edited By Team BbsrReporters
LAST UPDATED Jun 19, 2021 11:15 AM

ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ମେକ୍ଅପ୍ ନେଇ କ୍ୟାମେରା ସମ୍ମୁଖରେ ପୋଜ୍ ଦେଉଥିବାର ଏକ ଫଟୋ ନିଜେ ଦୀପିକା ସୋଶିଆଲ ମିଡ଼ିଆରେ ଶେଆର କରିଛନ୍ତି ।

 

BBSR Reporters


ମୁମ୍ବାଇ: ପୌରାଣିକ ଧାରାବାହିକ ‘ରାମାୟଣ’ରେ ସୀତା ଚରିତ୍ରରେ ଅଭିନୟ କରି ଷ୍ଟାର ପାଲଟି ଯାଇଥିବା ଦୀପିକା ଚିଖଲିଆ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି । ଗତ ବର୍ଷ ଲକଡାଉନ ସମୟରେ ରାମାୟଣର ପୁନଃ ପରିବେଷଣ କରାଯାଈଥିଲା । ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ପୁଣି କ୍ୟାମେରା ସମ୍ମୁଖକୁ ଫେରନ୍ତୁ ବୋଲି ଡିମାଣ୍ଡ କରିଥିଲେ ଦର୍ଶକ । ଦର୍ଶକଙ୍କ ଭଲ ପାଇବାକୁ ଦେଖି ପୁଣି ଥରେ ସାଗର ପ୍ରଡକ୍ସନର ଏକ ପୌରାଣିକ ଧାରାବାହିକ ମାଧ୍ୟମରେ ଛୋଟ ପରଦାକୁ ଏଣ୍ଟ୍ରି ମାରିଛନ୍ତି ଦୀପିକା । 


ଏହାର ଖୁଲାସା ସେ ନିଜେ କରିଛନ୍ତି । ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ମେକ୍ଅପ୍ ନେଇ କ୍ୟାମେରା ସମ୍ମୁଖରେ ପୋଜ୍ ଦେଉଥିବା ଫଟୋ ନିଜେ ଦୀପିକା ସୋଶିଆଲ ମିଡ଼ିଆରେ ଶେଆର କରିଛନ୍ତି । ଲାଲ ରଙ୍ଗର ଶାଢ଼ୀ ସହ ହେଭି ଜୁଏଲାରୀରେ ଦୀପିକା ବେଶ୍ ସୁନ୍ଦର ଲାଗୁଛନ୍ତି । ଦୀପିକାଙ୍କ ଏହି ଫଟୋକୁ ଫ୍ୟାନ୍ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । 

 

୩୦ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ଧାରାବାହିକ ରାମାୟଣର କ୍ରେଜ୍ କମି ନାହିଁ ବୋଲି ଗତ ବର୍ଷ ଏହା ପୁଣି ପ୍ରମାଣିତ ହୋଇଥିଲା । ଦେଶର କୋଟି କୋଟି ଦର୍ଶକ ଏହାକୁ ଦେଖିଥିଲେ । ଆଉ ପୁଣି ଚର୍ଚ୍ଚାର ପରିସରକୁ ଆସିଥିଲେ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ।

Related News
satta king tw