Top Stories

Search here...

News

ମା ହେଲେ ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲ

Posted On - 1 minute ago
Edited By Team BbsrReporters
LAST UPDATED May 23, 2021 12:15 PM

ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶ୍ରେୟା ଲେଖିଛନ୍ତି , ମା’ ହେବା ପରେ ସେ ଯେଉଁ ଖୁସି ଅନୁଭବ କଲେ, ତାହା ପୂର୍ବରୁ କେବେ ଅନୁଭବ କରି ନ ଥିଲେ ।

 

BBSR Reporters

 

ମୁମ୍ବାଇ: ବଲିଉଡ୍  ଗାୟିକା ଶ୍ରେୟା ଘୋଷାଲ ମା’ ହୋଇଛନ୍ତି । ଶନିବାର ଅପରାହ୍ଣରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଆଉ ଏସମ୍ପର୍କରେ ସୋଶିଆଲ୍ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି ।  ପୁତ୍ର ସନ୍ତାନ ଜନ୍ମ ହେବା ପରେ  ସେ ଓ ତାଙ୍କ ପରିବାର ବହୁତ ଖୁସି ଥିବା ଶ୍ରେୟା ଜଣାଇଛନ୍ତି ।

 

ଇନଷ୍ଟାଗ୍ରାମରେରେ ପୋଷ୍ଟ କରି ଶ୍ରେୟା ଲେଖିଛନ୍ତି , ମା’ ହେବା ପରେ ସେ ଯେଉଁ ଖୁସି ଅନୁଭବ କରୁଛନ୍ତି, ତାହା ପୂର୍ବରୁ କେବେ ଅନୁଭବ କରି ନ ଥିଲେ । ଏହା ସହିତ ଆଶୀର୍ବାଦ କରିଥିବା ତାଙ୍କର ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଶ୍ରେୟାଙ୍କ ଏହି ପୋଷ୍ଟ ଦେଖିବା ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଥିଲା । ବିଶାଲ ଦଦଲାନି, ଅଦିତି ଶର୍ମା ଓ ଦିଆ ମିର୍ଜାଙ୍କ ଭଳି ସେଲେବ୍ରିଟି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ସେ ଗର୍ଭବତୀ ଥିବା କଥା ସାର୍ବଜନୀନ କରିଥିଲେ ଶ୍ରେୟା । ଏହା ପରେ ପରେ ସେ ତାଙ୍କର ଅନେକ ଫଟୋ ମଧ୍ୟ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।
 

Related News
satta king tw