Top Stories

Search here...

News

ଆରଆଇ ପରୀକ୍ଷାରେ ବିଭ୍ରାଟ: ଆଡମିଟ୍ କାର୍ଡରେ ଲେଖାଯାଇଛି ଭୁଲ୍  ସେଣ୍ଟର 

Posted On - 22 minutes ago
Edited By Team BbsrReporters
LAST UPDATED Aug 29, 2021 07:28 PM

ପରୀଷାର୍ଥୀମାନେ ଧାର୍ଯ୍ୟ ସମୟ ୧୦ଟା ପରିବର୍ତ୍ତେ ୧୧ଟା ୪୫ରୁ ପରୀକ୍ଷା ଦେଇଥିଲେ।

 

BBSR Reporters


ଭୁବନେଶ୍ଵର: ଆଜି ରାଜ୍ୟରେ ରାଜସ୍ୱ ନିରୀକ୍ଷକ (ରେଭିନ୍ୟୁ ଇନ୍ସପେକ୍ଟର/ଆରଆଇ) ପଦବୀ ପାଇଁ ପରୀକ୍ଷା ହେଉଥିବା ବେଳେ ଏକ ବଡ଼ ବିଭ୍ରାଟ ସାମ୍ନାକୁ ଆସିଛି। ଆଡମିଟ୍ କାର୍ଡରେ ଲେଖାଯାଇଛି ଭୁଲ୍  ସେଣ୍ଟର ନା
ଏଥିପାଇଁ ୩୦ରୁ ଅଧିକ ପରୀକ୍ଷାର୍ଥୀ ହଇରାଣ ହୋଇଛନ୍ତି।


ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ର-  ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ରୋଡ୍‌, ନିଅର ସବ୍‌-କଲେକ୍ଟର,ପିଏସ୍‌- ଟାଉନ୍ ପୁଲିସ୍ ଷ୍ଟେସନ୍‌, ପିଓ- ହେଡ୍ ପୋଷ୍ଟ ଅଫିସ୍‌, ବଲାଙ୍ଗିର ବୋଲି ଲେଖାଯାଇଛି। ତେଣୁ ପରୀକ୍ଷା କେନ୍ଦ୍ର ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟରେ ପଡ଼ିଛି ବୋଲି ସେମାନେ ଭାବି ନେଇଥିଲେ । କିନ୍ତୁ ସେମାନେ ସେଠାରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେଠାରେ ସେଣ୍ଟର ପଡ଼ି ନଥିବା ଜାଣିବାକୁ ପାଇଥିଲେ। ଟିଟିଲାଗଡ଼ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ସେଠାରେ ସେଣ୍ଟର ହୋଇ ନଥିବା କହିଥିଲେ।


 ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଏଠାରେ ଯେଉଁମାନଙ୍କ ସେଣ୍ଟର ପଡ଼ିଥିଲା ସମସ୍ତେ ସକାଳ ଆଠଟା ସୁଦ୍ଧା ପହଞ୍ଚି ଯାଇଥିଲେ। କିନ୍ତୁ ଏଠାରେ ସେଣ୍ଟର ହୋଇ ନଥିବା ଜାଣିବାକୁ ପାଇଲୁ। ବୁଝାବୁଝି କଲା ପରେ ଆମେ ଯାହା ଜାଣିବାକୁ ପାଇଲୁ ଆମ ପାଇଁ ବଲାଙ୍ଗିର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି।

ଏହି ଘଟଣା ଜଣାପଡ଼ିବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଓ ପୁଲିସ୍ ପହଞ୍ଚି ପରୀକ୍ଷାର୍ଥୀମାନଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ସେମାନଙ୍କ ପାଇଁ ଟିଟିଲାଗଡ଼ର ପ୍ରଭାବତୀ ପବ୍ଲିକ୍ ସ୍କୁଲ୍‌ରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେମାନେ ଧାର୍ଯ୍ୟ ସମୟ ୧୦ଟା ପରିବର୍ତ୍ତେ ୧୧ଟା ୪୫ରୁ ପରୀକ୍ଷା ଦେଇଥିଲେ।


ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ପ୍ରଥମେ ପରୀକ୍ଷାର୍ଥୀ ମାନଙ୍କୁ ବଲାଙ୍ଗିର ନେଇ ଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ହାତରେ ସମୟ ନଥିବାରୁ ଟିଟିଲାଗଡ଼ରେ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା। ମୋଟ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Related News
satta king tw