dd dd

Top Stories

Search here...

News

ଭୋଜପୁରୀ ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ଅଭିନେତ୍ରୀ ଅମ୍ରାପାଲି ଦୁବେଙ୍କ ବିଷୟରେ ଜାଣନ୍ତୁ

Posted On - 8 hours ago

 

ଭୋଜପୁରୀ ତାରକାମାନଙ୍କ ମଧ୍ୟରୁ ଜଣେ ଅନ୍ୟତମ ଅଭିନେତ୍ରୀ ହେଲେ ଅମ୍ରାପାଲି ଦୁବେ ।

 

BBSR Reporters


ନୂଆଦିଲ୍ଲୀ: ମନୋରଞ୍ଜନ କରିବାରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ଅବଦାନ ରହିଛି । ଭୋଜପୁରୀ ଅଭିନେତା କିମ୍ବା ଅଭିନେତ୍ରୀମାନେ ସମସ୍ତ ଦର୍ଶକଙ୍କ ହୃଦୟକୁ କିଣି ନେଇଛନ୍ତି ।  ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ଭୋଜପୁରୀ ତାରକାଙ୍କୁ ଦେଖିବାକୁ ମିଳିଥାଏ । ଏହି ସମସ୍ତ ତାରକାମାନଙ୍କ ମଧ୍ୟରୁ ଜଣେ ଅନ୍ୟତମ ଅଭିନେତ୍ରୀ ହେଲେ ଅମ୍ରାପାଲି ଦୁବେ । ଯାହା ଫାଶୀ ସହିତ ଅନେକ ଜିଲ୍ଲାକୁ କମ୍ପାଇଛନ୍ତି । ୧୧ ଜାନୁଆରୀରେ ଅଭିନେତ୍ରୀ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।  ସେ ଗୋରଖପୁରରେ ଜନ୍ମଗ୍ରହଣ କରିଥିଲେ । ଆସନ୍ତୁ ଆପଣଙ୍କୁ ଅମ୍ରାପାଲି ବିଷୟରେ କିଛି ମଜାଦାର କଥା କହିବା, ଯିଏ ଆଜି ଭୋଜପୁରୀ ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି ।

 

 


ଅମ୍ରାପାଲି ପ୍ରଥମେ ଏକ ଟିଭି ସିରିଏଲରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।  ୨୦୦୮ରେ ଅମ୍ରାପାଲିଙ୍କ ଶୋ 'ସାଥ ଫେରେ ସାଲୋନି କା ସଫର'ରେ ଅଭିନୟ କରିଥିଲେ । ଯେଉଁଥିରେ ସେ ଶ୍ୱେତା ସିଂ ଭୂମିକାରେ ଅଭିନୟ କରିଥିଲେ । ଏହି ସିରିଏଲ୍ ଦ୍ଵାର ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲା ​​।  ଏହି ଅଭିନେତ୍ରୀଙ୍କ ଅନ୍ୟ ଏକ ସୋ 'ରେହେନା ହେ ତେରୀ ପାଲକୋ କି ଛାଓ ମେନ୍' ସହିତ ଲୋକପ୍ରିୟତା ହାସଲ କରିବା ଆରମ୍ଭ କରିଛନ୍ତି ।  ଏହାଦ୍ୱାରା ଲୋକମାନେ ଅମ୍ରାପାଲିଙ୍କୁ ଚିହ୍ନିବାରେ ଲାଗିଲେ ।  ଏହି ଧାରାବାହିକ ରେ ସେ ମୁଖ୍ୟ ଚରିତ୍ର ଯଥା ଲିଡ୍ ରୋଲ୍ ରେ ଦେଖିବାକୁ ମିଳିଥିଲେ।

 

 


ଟିଭି ଦୁନିଆରେ ପ୍ରବେଶ କରିବା ପରେ ଅମ୍ରାପାଲି ଭୋଜପୁରୀ ଇଣ୍ଡଷ୍ଟ୍ରିରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ ।  ୨୦୧୪ ରେ, ସେ 'ନିରୁହୁ ହିନ୍ଦୁସ୍ତାନୀ' ସହିତ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଏକ ଜୋରଦାର ଏଣ୍ଟ୍ରି କରିଥିଲେ ।  ଏଥିରେ ସେ ଭୋଜପୁରୀ ସୁପରଷ୍ଟାର ନିରୁହୁଙ୍କ ବିପକ୍ଷରେ ଦେଖାଦେଇଥିଲେ ।  ସେବେଠାରୁ ପରଦାରେ ଉଭୟଙ୍କ ଯୋଡି ସମସ୍ତଙ୍କୁ ପସନ୍ଦ ହେବାକୁ ଲାଗିଲା । ଅମ୍ରାପାଲି କେବଳ ଜଣେ କଳାକାର ନୁହଁନ୍ତି ସେ ଜଣେ ଭଲ ଗାୟକ ମଧ୍ୟ ।  ସେ ତାଙ୍କର ଡେବ୍ୟୁ ଆଲବମ୍ ନିରୁହୁ ସାଙ୍ଗ ମଧ୍ୟ ରିଲିଜ୍ କରିଥିଲେ।  ଦୁହେଁ ୨୪ଟି ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

 


ଆଜି ଅମ୍ରାପାଲି ଭୋଜପୁରୀ ଇଣ୍ଡଷ୍ଟ୍ରିର ଏକ ବଡ ନାମିଦାମୀ ଅଭିନେତ୍ରୀ ଭାବେ ସୁ ପରିଚିତ । ଏହି ପରିପ୍ରେକ୍ଷୀରେ, ଅଭିନେତ୍ରୀଙ୍କ ଫି ବିଷୟରେ କହିବାକୁ ଗଲେ କୁହାଯାଏ ଯେ ତାଙ୍କର ଲୋକପ୍ରିୟତା ହେତୁ ସେ ଭୋଜପୁରୀ ସିନେମାରP ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।  ସେ ଏକ ଚଳଚ୍ଚିତ୍ର ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇଥାନ୍ତି ।

 


Edit by:ଅର୍ଚ୍ଚନା ଆଳୁକ

Related News
satta king tw