dd dd

Top Stories

Search here...

News

ଦ ସନଡେ ଟାଇମ୍ସ କଭର ପେଜରେ ପ୍ରିୟଙ୍କା, ଦମଦାର୍ ଆଉଟ୍ ଫିଟରେ ଆସିଛନ୍ତି ନଜର; ଦେଖନ୍ତୁ ଫଟୋ

Posted On - 9 hours ago


ପ୍ରିୟଙ୍କା ''ଦି ସନଡେ ଟାଇମ୍ସ ଷ୍ଟାଇଲ ପତ୍ରିକା'' ର କଭର ପେଜ ପାଇଁ ଫୋଟସୁଟ୍ କରିଛନ୍ତି । ଏସମ୍ପର୍କରେ ସେ ନିଜେ ସୂଚନା ଦେବା ସହ ୬ ଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି

 

BBSR Reporters


ବଲିଉଡ଼ରେ ଷ୍ଟାଇଲ ଓ ଫ୍ୟାସନ୍ କଥା ଯଦି କହିବା ତେବେ ପ୍ରଥମ ନାମ ଆସିବ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ସବୁ ବେଳେ ନିଜ ଲୁକକୁ ନେଇ ଏକ୍ସପେରିମେଣ୍ଟ କରିଥାନ୍ତି । ଆଉ ଏବେ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କଲର ଫୁଲ୍  ଓ ଷ୍ଟାଇଲିସ୍ ପୋଷାକ ସହ ଫୋଟୋ ସେୟାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ଲାଗୁଛି । ତେବେ ଏହି ଫୋଟୋ ସବୁରେ ସେ ଶୀତ ପଶମ ପୋଷାକ ପିନ୍ଧିଛନ୍ତି । ୨୦୦୦ ରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିବା ଠାରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରିରେ ଚମତ୍କାର ଅଭିନୟ ଏବଂ ହଲିଉଡରେ ନିଜ ପାଇଁ ଏକ ସ୍ଥାନ ତିଆରି କରିବା ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ଜୋନାସ ମାତ୍ର ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱ ଆଇକନ୍ ହୋଇପାରିଛନ୍ତି ।

 

 

କିନ୍ତୁ ଏହାକୁ କେବଳ ତାଙ୍କ କ୍ୟାରିୟରର ଆରମ୍ଭ ବୋଲି କହିଛନ୍ତି । ଖାଲି ଅଭିନେତ୍ରି ନୁହେଁ ବରଂ ଫ୍ୟାଶନ୍ ଦୁନିଆରେ ତାଙ୍କର ଆଧିପତ୍ୟ ମଧ୍ୟ ଅନେକଙ୍କ ପାଇଁ  ଉଦାହରଣ ସୃଷ୍ଟି କରିଛି । ଆଉ ଏହାକୁ ପ୍ରମାଣିତ କରିଛି  ଲଣ୍ଡନରେ ଏକ ଫଟୋସୁଟ । ପ୍ରିୟଙ୍କା ''ଦି ସନଡେ ଟାଇମ୍ସ ଷ୍ଟାଇଲ ପତ୍ରିକା'' ର କଭର ପେଜ ପାଇଁ ଫୋଟସୁଟ୍ କରିଛନ୍ତି । ଗୋଟିଏ ଫୋଟୋ ରେ ସେ ଏକ ସବୁଜ କଲର ଡ୍ରେସ ପିନ୍ଧିଛନ୍ତି । ଯାହା ଏକ ବେଲୁନ୍ ସ୍ଲିଭ୍ ଟପ୍ ଏବଂ ଏକ ଯୋଡା ସିଧା ଫିଟ୍ ଟ୍ରାଉଜର ସହ ପୋଜ୍ ଦେଇଛନ୍ତି ।ଆଉ ଏକ ଫୋଟରେ ବ୍ଲାକ କଲର ଷ୍ଟାର ଚି଼ହ୍ନ ଥିବା ଡ୍ରେସ ପିନ୍ଧିଛନ୍ତି । ସେହିପରି ଆଉ ଏକ ପୋଜ ଠିଆ ହୋଇ ଦେଇଛନ୍ତି ଏବଂ ବ୍ଲାକ୍ ଉପରେ ଗ୍ରିନ୍ ଷ୍ଟ୍ରାଇପ୍ ଥିବା ଡ୍ରେସ ପିନ୍ଧିଛନ୍ତି ଯେଉଁଥିରେ ବେଶ ଷ୍ଟାଇଲିସ୍ ଲାଗୁଛନ୍ତି । 


Edit By : ଜ୍ୟୋତିର୍ମୟୀ ପଟ୍ଟନାୟକ

Related News
satta king tw