Top Stories

Search here...

News

ବଙ୍ଗୋପସାଗରରେ ଲଘୁଚାପ; ଦୁଇ ଦିନ ବର୍ଷିବ

Posted On - 2 minutes ago
Edited By Team BbsrReporters
LAST UPDATED Sep 11, 2021 11:04 AM

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ୧୨ତାରିଖରୁ ୧୪ ତାରିଖ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି  । 

 

BBSR Reporters

 

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।


ଏହାର ପ୍ରଭାବରେ ୧୨ ଓ ୧୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ  । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଧଶକ ଏଚ. ଆର. ବିଶ୍ୱାସ  । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ୧୨ତାରିଖରୁ ୧୪ ତାରିଖ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି  । 


ଏପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି । ରାଜ୍ୟରେ ୨୦ ଜିଲ୍ଲାରେ ସ୍ୱଭାବିକ ବର୍ଷା ହୋଇଥିବା ବେଳେ ବାକି ୧୦ ଜିଲ୍ଲାରେ ବର୍ଷାର ପରିମାଣ କମ ରହିଛି । ଭଦ୍ରକ, ଯାଜପୁର, ବଲାଙ୍ଗିର ଆଦି ଜିଲ୍ଲାରେ ସବୁଠୁ କମ ବର୍ଷା ହୋଇଥିବା ସୂଚନା ମିଳିଛି ।

Related News
satta king tw