Top Stories

Search here...

News

ପୁଣି ବଢିଲା ତେଲ ଦର: ଓଡ଼ିଶାର ୫ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ପାର

Posted On - 1 minute ago
Edited By Team BbsrReporters
LAST UPDATED Jun 20, 2021 11:16 AM

କଳାହାଣ୍ଡିରେ ପେଟ୍ରୋଲ ଟ.୧୦୦.୬୭ରେ ଓ ଗଜପତିରେ ପେଟ୍ରୋଲ ଟ. ୧୦୦.୩୦ ରେ ବିକ୍ରି ହେଉଛି  ।

 

BBSR Reporters


ଭୁବନେଶ୍ୱର : ଲଗାତାର ଦେଶରେ ତେଲ ଦର ବୃଦ୍ଧି ପାଉଥିବା ବେଳେ ରବିବାର  ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି  । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି  । ଫଳରେ ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ପାର କରିଛି ।

 

ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ରେ ବିକ୍ରି ହେଉଥିବା ବେଳେ  ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୩.୩୬ ଓ ଡିଜେଲ ଲିଟର ପିଛା ୯୫.୪୪ରେ ବିକ୍ରି ହେଉଛି  । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୯୮  ଛୁଇଁଥିବା ବେଳେ  ଡିଜେଲ ଦର ୯୫.୮୭ ପହଞ୍ଚିଛି  । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି  । 

 

ସମ୍ବଲପୁରରେ ପେଟ୍ରୋଲ ଟ.୯୮.୫୯ ଓ ଡିଜେଲ ଟ.୯୬.୪୭ରେ ବିକ୍ରି ହେଉଥିବା ବେଳେ ମାଲକାନଗିରିରେ ପେଟ୍ରୋଲ ଟ.୧୦୩.୦୫ ଓ ଡିଜେଲ ୧୦୦.୭୮ରେ ବିକ୍ରି ହେଉଛି  । ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୪୭ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଟ.୯୯.୨୩ରେ ବିକ୍ରି ହେଉଛି  । ସେହିପରି ବାଲେଶ୍ୱରରେ ପେଟ୍ରୋଲ ଟ. ୯୭.୯୮ ଓ ଡିଜେଲ ଟ.୯୫.୮୮ରେ ବିକ୍ରି ହେଉଛି  । କୋରାପୁଟରେ ପେଟ୍ରୋଲ ଟ.୧୦୨.୨୯ ଓ ଡିଜେଲ ଟ. ୧୦୦.୦୫ରେ ବିକ୍ରି ହେଉଛି  । କଳାହାଣ୍ଡିରେ ପେଟ୍ରୋଲ ଟ.୧୦୦.୬୭ରେ ଓ ଗଜପତିରେ ପେଟ୍ରୋଲ ଟ. ୧୦୦.୩୦ ରେ ବିକ୍ରି ହେଉଛି  ।


 

Related News
satta king tw