dd dd

Top Stories

Search here...

News

ଜାନୁଆରୀ ୧୬ରେ ଟୀକାକରଣ ଅଭିଯାନ ସହ କୋ-ଓ୍ବିନ ଆପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

Posted On - 2 days ago

 


ଟୀକା ନେବାକୁ ଥିବା ପ୍ରତେକ ବ୍ୟକ୍ତିଙ୍କୁ ଏହାର ଦୁଇଟି ଡୋଜ ଦିଆଯିବ । ଏଥିଲାଗି ପ୍ରଥମେ  କୋ-ଓ୍ବିନ ଆପରେ ପଞ୍ଜିକରଣ କରିବାକୁ ହେବ ।

 

BBSR Reporters


ଦେଶରେ କରୋନା ଟିକାକରଣ ମହାଅଭିଯାନ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥି ସହ କୋ-ଓ୍ବିନ ଆପ ମଧ୍ୟ ଲଞ୍ଚ କରାଯିବ । ଗଣମାଧ୍ୟମ ସୂଚନା ଅନୁଯାୟୀ,ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସମୟରେ ଟିକାକରଣ ଅଭିଯାନ ଆରମ୍ଭ ହେବ।

 

ସୂଚନା ନିମନ୍ତେ ଜଣେଇ ଦେଉଛୁ, ଟୀକା ନେବାକୁ ଥିବା ପ୍ରତେକ ବ୍ୟକ୍ତିଙ୍କୁ ଏହାର ଦୁଇଟି ଡୋଜ ଦିଆଯିବ । ଏଥିଲାଗି ପ୍ରଥମେ ପଞ୍ଜିକରଣ କରିବାକୁ ହେବ । ପରେ କୋ-ଓ୍ବିନ ଆପ ମାଧ୍ୟମରେ ପଞ୍ଜିକରଣ କରିଥବା ବ୍ୟକ୍ତିଙ୍କୁ ଟୀକା ନେବାର ଦିନ,ତାରିଖ,ସମୟ,ସ୍ଥାନ ଓ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯିବ । ଟୀକାର ଦୁଇଟି ଡୋଜ ନେବାପରେ ବ୍ୟକ୍ତି ନିଜର ଫୋନରେ ପ୍ରମାଣପତ୍ର ପାଇପାରିବେ ।

 


Edit by : ପ୍ରବୀର କୁମାର

Related News
satta king tw