dd dd

Top Stories

Search here...

News

ଆସନ୍ତାକାଲି ରାଜଧାନୀରେ ୬ଟି କେନ୍ଦ୍ରରେ ହେବ ଟିକାକରଣ; ଦେଖନ୍ତୁ କେଉଁମାନେ ପାଇବେ ଟିକା

Posted On - 14 hours ago


ଗର୍ଭବତୀ ମହିଳା, ଗୁରୁତର ଅସୂୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ୧୪ ଦିନ ମଧ୍ୟରେ କୌଣସି ଟିକା ନେଇଥିଲେ ସେମାନଙ୍କୁ ଟିକା ଦିଆଯିବ ନାହିଁ ।


BBSR Reporters


ଭୁବନେଶ୍ୱର : ଆସନ୍ତା କାଲି ସାରା ରାଜ୍ୟରେ ହେବ ଟିକାକରଣ । ତେଣୁ ସମସ୍ତ ପ୍ରସ୍ତୁତି ସରିଲାଣି, ଖାଲି କାଲିକୁ ଅପେକ୍ଷା । ତେବେ କାଲି ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବାକୁ ଥିବା ବେଳେ ରାଜଧାନୀରେ ମୋଟ ୬ଟି ଟିକାକରଣ କେନ୍ଦ୍ର କରାଯାଇଛି । ପ୍ରଥମେ କେଉଁ ମାନଙ୍କୁ ଏହି ଟିକା ଦିଆଯିବ ସେ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୁଚନା ଅନୁଯାୟୀ, ଗର୍ଭବତୀ ମହିଳା, ଗୁରୁତର ଅସୂୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ୧୪ ଦିନ ମଧ୍ୟରେ କୌଣସି ଟିକା ନେଇଥିଲେ ସେମାନଙ୍କୁ ଟିକା ଦିଆଯିବ ନାହିଁ । ସେହିପରି ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦିଆଯିବ ବୋଲି ଜଣାପଡିଛି । 

 

ତେବେ ଭୁବନେଶ୍ୱରରେ ୬ଟି ଟିକାକରଣ ସେଣ୍ଟର ଖୋଲା ଯାଇଥିବା ବେଳେ ଏଠାରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ । ସେପଟେ ଦୈନିକ ୧୦୦ ଜଣଙ୍କୁ ଯିକା ଦିଆଯିବ ପୋଲି ଘୋଣୋ କରାଯାଇଛି । ପ୍ରଥମ ପର୍ଯ୍ୟାରେ ୨୬୦୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ପଞ୍ଜୀକୃତ କରାଯାଇଛି ଏବଂ ୯ ହଜାର ଲୋକଙ୍କୁ ଏହି ପର୍ଯ୍ୟାୟରେ ଟିକାକରଣ କରାଯିବ । ଏହାପରେ ୨୮ ଦିନ ପରେ ମେସନାଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ । ଏନେି ବିଏମସି କମିଶନର ପ୍ରେମ ଚୌଧୁରୀ ସୁଚନା ଦେଇଛନ୍ତି । 

 

Edit By : ଜ୍ୟୋର୍ତିମୟୀ ପଟ୍ଟନାୟକ

Related News
satta king tw