Top Stories

Search here...

News

ଦନ୍ତେୱାଡ଼ାରେ ପୁଲିସ, ନକ୍ସଲ ମୁହାଁମୁହିଁ; ତିନି ମାଓବାଦୀ  ମୃତ

Posted On - 29 minutes ago
Edited By Team BbsrReporters
LAST UPDATED Nov 01, 2021 07:35 PM

ମୃତ ୩ ନକ୍ସଲ ମହିଳା ବୋଲି ଜଣାପଡ଼ିଛି ।

 

BBSR Reporters


ଜୟପୁର : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ାରେ ନକ୍ସଲ ଓ ପୁଲିସ୍ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟି ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ମୃତ ୩ ନକ୍ସଲ ମହିଳା ବୋଲି ଜଣାପଡ଼ିଛି । ସେମାନେ ହେଲେ କଟେ କଲ୍ୟାଣ, ରାଜେ ମୁଚାକି ଓ ଗୀତା ମାର୍କମ ।


ମୃତ ମାଓବାଦୀମାେନେ ରାଜେ ମୁଚାକି ନକ୍ସଲ ସଂଗଠନର ସଦସ୍ୟ ଥିବା ବେଳେ ତାଙ୍କ ନାଁରେ ଛତିଶଗଡ଼ ସରକାର ପକ୍ଷରୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ସେହିପରି ଗୀତା ମାର୍କମ କେ.ଏ.ଏମ.ସି ସଂଗଠନର ମୁଖ୍ୟ ଥିଲେ । ତାଙ୍କ ନାଁରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଘଟଣାସ୍ଥଳରୁ ନକ୍ସଲଙ୍କ ମୃତଦେହ ସମେତ ବନ୍ଧୁକ ଓ ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।

 

ସୂଚନା ଅନୁଯାୟୀ, ଗତକାଲି ଅଦିବଲ ଓ କୁଞ୍ଜରସ ଜଙ୍ଗଲରେ ପୁଲିସ କର୍ମୀମାନେ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ତିନି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା ।

Related News
satta king tw