Top Stories

Search here...

News

ଆଜି ଜେଲରୁ ମୁକୁଳି ପାରନ୍ତି ଆରୟନ ଖାନ୍

Posted On - 1 minute ago
Edited By Team BbsrReporters
LAST UPDATED Oct 29, 2021 11:20 AM

କୋର୍ଟଙ୍କ ଅର୍ଡର କପି ଆସିବା ପରେ ଆଜି କିମ୍ବା କାଲି ମୁକୁଳିବେ ଆରୟନ ଖାନ୍ l 

 

 

BBSR Reporters

 

ମୁମ୍ବାଇ:ଆଜି ଜେଲରୁ ମୁକୁଳି ପାରନ୍ତି ଆରୟନ ଖାନ୍ । କୋର୍ଟଙ୍କ ଅର୍ଡର କପି ଆସିବା ପରେ ଆଜି କିମ୍ବା କାଲି ମୁକୁଳିବେ ଆରୟନ ଖାନ୍ । ଆରୟନଙ୍କୁ ଗତକାଲି ସର୍ତମୂଳକ ଜାମିନ ଦେଇଛନ୍ତି ବମ୍ବେ ହାଇକୋର୍ଟ । ସର୍ତ ଅନୁସାରେ ଆରୟନଙ୍କୁ କୋର୍ଟଙ୍କ ନିକଟରେ ପାସପୋର୍ଟ ଦାଖଲ କରିବାକୁ ହେବ ।

 

 

କୋର୍ଟଙ୍କ ବିନା ଅନୁମତିରେ ଓ ଏନସିବିକୁ ନଜଣାଇ ଦେଶ ବାହାରକୁ ଯିବେ ନାହିଁ । କୌଣସି ବି ପରିସ୍ଥିତିରେ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେ ନାହିଁ । ଏହି ପ୍ରସଙ୍ଗରେ ବାହାରେ କିଛି ବି ବୟାନ ଦେବେ ନାହିଁ । ତେବେ କୋର୍ଟଙ୍କ ବିସ୍ତୃତ ରାୟ ଆସିବା ପରେ ଜାମିନ ଦେବାର କାରଣ ସ୍ପଷ୍ଟ ହେବ । ଆରୟନଙ୍କ ସହ ଅର୍ବାଜ ଓ ମୁନମୁନ୍‌ଙ୍କୁ ମଧ୍ୟ ଜାମିନ ମିଳିଛି । ଆରୟନଙ୍କୁ ବେଲ୍ ମିଳିବା ପରେ ଅଭିନେତା ସୋନୁ ସୁଦ୍ଦ, ଅଭିନେତା,ନିର୍ଦ୍ଦେଶକ ଆର ମାଧବନ ଖୁସି ବ୍ୟକ୍ତ କରିଛନ୍ତି ।

 

 

ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି କରୁଥିବାବେଳେ ଆରୟନଙ୍କୁ ଗତ ୨ ତାରିଖରେ ଧରିଥିଲା ଏନସିବି । ତାପରେ ତାଙ୍କୁ ଗିରଫ କରିଥିଲା । ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଆର୍ଥର ରୋଡ୍ ଜେଲରେ ଅଛନ୍ତି । କିନ୍ତୁ ଗତକାଲି କୋର୍ଟ ଆରୟନଙ୍କ ଜାମିନକୁ ମଞ୍ଜୁରି ଦେବା ପରେ ଏବେ ତାଙ୍କ ପାଇଁ ଜେଲରୁ ମୁକୁଳିବାର ବାଟ ଫିଟି ଯାଇଛି ।

Related News
satta king tw