Top Stories

Search here...

News

୨୦୦ କୋଟିର ଠକେଇ; ଆଇଟମ ଗର୍ଲ ନୋରା ଫତେହିଙ୍କୁ ଇଡିର ଜେରା

Posted On - 4 minutes ago
Edited By Team BbsrReporters
LAST UPDATED Oct 14, 2021 07:21 PM

ଚକ୍ରାନ୍ତ କରି ଫୋର୍ଟିସ ହେଲଥ କେୟାର ପ୍ରମୋଟର ଶିବିନ୍ଦର ସିଂହଙ୍କ ପରିବାର ଠାରୁ ୨୦୦ କୋଟିର ଚୂନ ଲଗାଇଥିବା ଜଣାପଡ଼ିଛି । 

 

BBSR Reporters

 

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ବଲିଉଡର ଆଇଟମ ଗର୍ଲ ନୋରା ଫତେହିଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି) ଜେରା କରୁଛି । ଏହି ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଘଟଣାରେ ନୋରାଙ୍କ ଭୂମିକା ବିଷୟରେ ଜାଣିବା ପାଇଁ ଇଡି ଆଜି ତାଙ୍କୁ ହାଜର ହେବାକୁ ସମନ କରିଥିଲା । ସମନ ପାଇ ନୋରା ଇଡିର ମୁଖ୍ୟାଳୟରେ ହାଜର ହୋଇଛନ୍ତି ।

 

ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପନôୀ ଲୀନା ପଲଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଥିଲା । ଏମାନଙ୍କ ସମ୍ପର୍କ ଗ୍ଲାମର ଦୁନିଆରେ ଥିବାରୁ ପୂର୍ବରୁ ଇଡି ଜ୍ୟାକଲିନ ଫର୍ଣ୍ଣାଡିଜ୍ଙ୍କ ବୟାନ ରେକର୍ଡ କରିଥିଲା । ଆଜି ନୋରାଙ୍କ ବୟାନ ରେକର୍ଡ ହେଉଛି । ସେହିପରି ଜ୍ୟାକଲିନ ଆଜି ପୁଣି ଇଡି ଜେରାର ସମ୍ମୁଖୀନ ହେବେ ।

 

ପୂର୍ବରୁ ଏହି ମାମଲାରେ ଚନ୍ଦ୍ରଶେଖର ଓ ଲୀନା ପୂର୍ବରୁ ହିଁ ଦିଲ୍ଲୀ ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ସେମାନେ ଚକ୍ରାନ୍ତ କରି ଫୋର୍ଟିସ ହେଲଥ କେୟାର ପ୍ରମୋଟର ଶିବିନ୍ଦର ସିଂହଙ୍କ ପରିବାର ଠାରୁ ୨୦୦ କୋଟିର ଚୂନ ଲଗାଇଥିବା ଜଣାପଡ଼ିଛି । ପୁଲିସ୍ ସେମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଲୁଟ ମାମଲାର ରୁଜୁ କରିଛି । ଏହି ଏଫଆଇଆରକୁ ଆଧାର କରି ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ନିଜ ଆଡ଼ୁ ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି । ଅଭିଯୁକ୍ତ ଦମ୍ପତିଙ୍କ ସହ ନୋରା ଓ ଜ୍ୟାକଲିନଙ୍କ ସମ୍ପର୍କର ସୁତାଖିଅ ଇଡି ବାହାର କରିବାକୁ ଚାହୁଁଛି ।

 

ଘଟଣାରେ ଇଡି ଜ୍ୟାକଲିନଙ୍କୁ ଦୁଇ ଥର ଜେରା କରି ସାରିଛି । ଗତମାସରେ ତାଙ୍କୁ ଜେରା ପାଇଁ ସମନ ହୋଇଥିଲେ ମଧ୍ୟ ସେ ଆସି ନଥିଲେ । ଆଜି ପୁଣି ଥରେ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି । ଇଡି ଓ ଦିଲ୍ଲୀ ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ଯେ ସୁକେଶ ଓ ଲୀନାଙ୍କ ନାଁରେ ୨୩ରୁ ଅଧିକ ମାମଲା ରହିଛି । ଜ୍ୟାକଲିନ ଏହି ଠକେଇରେ ସିଧାସଳଖ ସାମିଲ ନଥିଲେ ମଧ୍ୟ ସେ ଲୀନାଙ୍କ ସହଯୋଗୀ । ତେଣୁ ତାଙ୍କୁ ମଧ୍ୟ ଇଡି ଘନଘନ ଜେରା କରିଥିଲା ।

 

ଚେନ୍ନାଇରେ ସୁକେଶ କିଣିଥିବା ବଙ୍ଗଳାର ଦାମ ୨୦୦ କୋଟି ଟଙ୍କା । ଏହି ଅର୍ଥ ସୁକେଶ ରାନବାକ୍ସୀ ମାଲିକ ମାଲବିନ୍ଦର ଓ ଶିବିନ୍ଦର ସିଂହଙ୍କ ପନôୀମାନଙ୍କ ଠାରୁ ନେଇଥିଲା । ମାଲବିନ୍ଦର ଓ ଶିବିନ୍ଦରଙ୍କୁ ଜାମିନ ମିଳିବାର ଆଳ ଦେଖାଇ ସୁକେଶ ଏପରି ଅର୍ଥ ହଡ଼ପ କରିଥିଲା ।

 


ପୁଲିସ୍ କହିଛି, ସୁକେଶ ଓ ଲୀନା ନିଜକୁ ସ୍ୱରାଷ୍ଟ୍ର ଓ ଆଇନ ମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚୟ ଦେଇଥିଲେ । ଏହାପରେ ମାଲବିନ୍ଦର ଓ ଶିବିନ୍ଦରଙ୍କ ପନôୀମାନଙ୍କ ପାଖରେ ନିଜକୁ ସୁହାଇଲା ଭଳି ତଥ୍ୟ ଉପସ୍ଥାପନ କରିଥିଲେ । ମାଲବିନ୍ଦର ଓ ଶିବିନ୍ଦର ଜାମିନ ନିଶ୍ଚିତ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଉଭୟ ସେମାନଙ୍କ ପନôୀମାନଙ୍କ ଠାରୁ ୨୦୦ କୋଟି ଟଙ୍କା ଠକି ନେଇଥିଲେ । ଶିବିନ୍ଦରଙ୍କ ସିଂହଙ୍କ ପନôୀ ଆଦିତି ରୁଜୁ କରିଥିବା ଏଫଆଇଆରରେ ମଧ୍ୟ ଏପରି ଅଭିଯୋଗ ରହିଛି ।

 

ଚେନ୍ନାଇରେ ଥିବା ବଙ୍ଗଳାର ଲିଭିଂ ରୁମ୍ରେ ମର୍ସିଡିଜ୍ ବେଞ୍ଜ ୩୦୦ ଏସଏଲ୍ଆର୍ର ଗୋଟିଏ ରେସିଂ କାର ରହିଥିଲା । ଏହାବାଦ୍ ଅନେକ ଦାମୀ କାର ମଧ୍ୟ ବଙ୍ଗଳାରୁ ଠାବ ହୋଇଛି । ଇଡି ସୁକେଶଙ୍କ ବିରୋଧରେ ତଦନ୍ତ କରି ଏଯାଏ ୨୦ କୋଟି ଟଙ୍କାର ସାମଗ୍ରୀ ଜବତ କରି ସାରିଛି । ଅନେକ ନାମଦାମୀ ବ୍ରାଣ୍ଡର ପୋଷାକ, ଜୋତା ଓ ଘଣ୍ଟା ମଧ୍ୟ ଜବତ ହୋଇଛି ।


 

Related News
satta king tw