Top Stories

Search here...

News

ଆର୍ଯ୍ୟନଙ୍କୁ ସହଜରେ ଜାମିନ ମିଳିବା ମୁଡରେ ନାହିଁ ଏନସିବି! ପୁଣି ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

Posted On - 1 week ago
Edited By Team BbsrReporters
LAST UPDATED Oct 20, 2021 09:00 PM

ଏନସିବିର ଏପରି ଆଚରଣକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି। ସଂସ୍ଥା ଜାଣିଶୁଣି ଜାମିନ ଆବେଦନର ଶୁଣାଣି ବିଳମ୍ବ କରିବାକୁ ଚାହୁଁଥିବା ଅନେକ ଲୋକ କହିଛନ୍ତି ।

 

BBSR Reporters

 

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ପୁଣି ଘୁଞ୍ଚିଲା l ଆଜି ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ଏଥିପାଇଁ ଆର୍ଯ୍ୟନଙ୍କ ଓକିଲ ମଧ୍ୟ କୋର୍ଟ ରୁମରେ ଉପସ୍ଥିତ ଥିଲେ। ଶୁଣାଣି ପାଇଁ ବିଚାରପତି ପ୍ରସ୍ତୁତ ହେଉଥିବା ବେଳେ ଏନସିବି ଜାମିନ ଆବେଦନ ଉପରେ ନିଜର ଜବାବ ଦାଖଲ କରିବାରେ ବିଳମ୍ବ କରିଥିଲା।

 

 

ଏନସିବି ଜବାବ ଦାଖଲ କରିବା ପରେ ଏହାକୁ ଆର୍ଯ୍ୟନଙ୍କ ଓକିଲଙ୍କୁ ଦିଆଯାଇଥିଲା। ହେଲେ ଶୁଣାଣି ବେଳେ ଏନସିବି ପକ୍ଷରୁ କେହି କୋର୍ଟ ରୁମରେ ଉପସ୍ଥିତ ନଥିଲେ। ତେଣୁ ମଧ୍ୟାହ୍ନ ୨.୪୫ ଯାଏ ଏହାକୁ ଘୁଞ୍ଚାଇ ଦିଆଯାଇଛି।

 

ଆମେ ଏନସିବିର ଜବାବ ପାଇଛୁ। କିନ୍ତୁ ଶୁଣାଣି ବେଳେ କୋର୍ଟ ରୁମରେ ଏନସିବିର କେହି ଉପସ୍ଥିତ ନଥିବାରୁ ଏହାକୁ ମଧ୍ୟାହ୍ନ ୨.୪୫ ଯାଏ ଘୁଞ୍ଚାଇ ଦିଆଯାଇଛି ବୋଲି  ଆର୍ଯ୍ୟନଙ୍କ ଓକିଲ ଅମିତ ଦେଶାଇ ଓ ସୀତଶ ମାନସିନ୍ଦେ କହିଛନ୍ତି l

 

 

ଏନସିବି କେବଳ ୩ ଜଣ ଅଭିଯୁକ୍ତଙ୍କ ସମ୍ପର୍କରେ ଜବାବ ଦାଖଲ କରିଛି। ଏନସିପି କେବଳ ଅଭିଯୁକ୍ତମାନଙ୍କ ଓକିଲଙ୍କୁ ନିଜର ଯୁକ୍ତ ସମ୍ପର୍କିତ ଦସ୍ତାବିଜ ଦେଇଛି। ହେଲେ କୋର୍ଟରେ ଏହାକୁ ଦାଖଲ କରାଯାଇ ନାହିଁ। କାରଣ ଏଥିରେ ଏନସିବି କର୍ତ୍ତୃପକ୍ଷଙ୍କ ଦସ୍ତଖତ ଏଯାଏ ହୋଇନାହିଁ ବୋଲି ସେମାନେ କହିଛନ୍ତି।

 

 

ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଏନସିବି ନିଜ ଯୁକ୍ତିରେ କହିଛି ଯେ ଅବଶ୍ୟ ଅଭିଯୁକ୍ତ ଆର୍ଯ୍ୟନ ଖାନଙ୍କ ପାଖରୁ ଅସିଦ୍ଧ ନିଶାଦ୍ରବ୍ୟ ଜବତ ହୋଇନାହିଁ। କିନ୍ତୁ ଅନ୍ୟ ଅଭିଯୁକ୍ତଙ୍କ ଭଳି ସେ ମଧ୍ୟ ପୂରା ନିଶାଦ୍ରବ୍ୟ ଘଟଣାର ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ଆର୍ଯ୍ୟନ ଖାନ ଅସିଦ୍ଧ ନିଶାଦ୍ରବ୍ୟ ଅନ୍ୟମାନଙ୍କ ଠାରୁ ଆଣନ୍ତି। ଅରବାଜ ମରଚାଣ୍ଟଙ୍କ ଠାରୁ ନଶାଦ୍ରବ୍ୟ ଠାବ ହୋଇଛି। ଆର୍ଯ୍ୟନ ମଧ୍ୟ ଏହି ନିଶା ଦ୍ରବ୍ୟ କ୍ରୁଜ୍‌କୁ ନେବାରେ ସାମିଲ ଥିଲେ।

 

 

ଜାମିନ ଆବେଦନର ଶୁଣାଣି ପୂର୍ବରୁ ମୁମ୍ବାଇ ସିଭିଲ ସିଟି ଓ ସେସନ୍ସ କୋର୍ଟରେ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଢଡଲାନି ଓ ତାଙ୍କ ବଡିଗାର୍ଡ ରାଜୁ ପହଞ୍ଚିଥିଲେ।

 

 

ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡ଼ିଥିଲେ। ଏହାପରେ କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏବେ ଆର୍ଯ୍ୟନ୍‌ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଅଛନ୍ତି।

Related News
satta king tw