Top Stories

Search here...

News

ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବ ବାୟୋପିକ; ଘୋଷଣା କଲେ ନିର୍ମାତା

Posted On - 4 hours ago
Edited By Team BbsrReporters
LAST UPDATED Sep 09, 2021 11:22 PM

ଏନେଇ ଫିଲ୍ମ ନିର୍ମାତା କମ୍ପାନି ଲଭ ଫିଲ୍ମସ ଏହାର ନିର୍ମାଣ କରିବ ବୋଲି ଲଭ ରଂଜନ ଘୋଷଣା କରିଛନ୍ତି ।

 

BBSR Reporters


ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ଦାଦାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଥିବା ଚଳଚିତ୍ରକୁ ନେଇ ଦୀର୍ଘ ୩ ବର୍ଷ ଧରି ଚର୍ଚ୍ଚା ଲାଗି ରହିଥିଲା । ଏହାକୁ ନେଇ ଅନେକ ବଡ ବଡ ଫିଲ୍ମ ନିର୍ମାତା ଗାଙ୍ଗୁଲିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । କିନ୍ତୁ ଶେଷରେ ଫିଲ୍ମ ନିର୍ମାତା କମ୍ପାନି ଲଭ ଫିଲ୍ମସ ଏହାର ନିର୍ମାଣ କରିବ ବୋଲି ଲଭ ରଂଜନ ଘୋଷଣା କରିଛନ୍ତି ।

 

ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳି  ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ଅଜାରୁଦ୍ଧିନଙ୍କ ଜୀବନି ଉପରେ ବାୟୋପିକ ଚଳଚିତ୍ର ନିର୍ମାଣ ହୋଇସାରିଛି । ଜଣେ ସଫଳ ଅଧିନାୟକ ଭାବରେ ଭାରତୀୟ ଦଳକୁ ତାଙ୍କର ଅବଦାନ ଅତୁଳନିୟ ।  ବଡପରଦାରେ ତାଙ୍କ ଚଳଚିତ୍ରଟିି ବେଶ ଦମ୍ଦାର ଓ ରୋମାଂଚକର ହେବ ବୋଲି ତାଙ୍କ ପ୍ରଶଂସକମାନ ସୋସିଆଲ ମିଡିଆରେ ଆଶା ପ୍ରାକାଶ କରିଛନ୍ତି । ଜାତୀୟ ଗଣମାଧ୍ୟମ ସୁଚନା ଅନୁସାରେ, ଏହି ଫିଲ୍ମରେ ଦାଦାଙ୍କ ଭୁମିକାରେ ନଜର ଆସିପାରନ୍ତି ଅଭିେନେତା ରଣବୀର କପୁର ।
 

Related News
satta king tw