Top Stories

Search here...

News

ପରଲୋକରେ ବଲିଉଡର ପରିଚିତ କଳାକାର ଅନୁପମ ଶ୍ୟାମ 

Posted On - 2 days ago
Edited By Team BbsrReporters
LAST UPDATED Aug 10, 2021 10:44 PM

‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ ସିଂହ ଚରିତ୍ରକୁ ନେଇ ସେ ବେଶ୍ ଲୋକପ୍ରିୟ ହୋଇଥିଲେ  ।

 

BBSR Reporters


ମୁମ୍ବାଇ: ବଲିଉଡ ଏବଂ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ଆଜି ପରଲୋକ ଘଟିଛି  ।  ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି  । କିଛି ଦିନ ଧରି ସେ କିଡନିଜନିତ ରୋଗରେ ପିଡୀତ ରହି ଅସୁସ୍ଥ ଥିଲେ  । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା  । ଆଜି ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି । 


ଅନୁପମଙ୍କ ସ୍ୱାସ୍ଥ୍ୟ ମଝିରେ ଠିକ୍ ହୋଇଯିବା ପରେ ନିୟମିତ ଭାବେ ଡାଏଲିସିସ୍ କରାଯାଉଥିଲା  । ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ ସିଂହ ଚରିତ୍ରକୁ ନେଇ ସେ ବେଶ୍ ଲୋକପ୍ରିୟ ହୋଇଥିଲେ  । ଚଳିତ ବର୍ଷ ‘ପ୍ରତିଜ୍ଞା’ର ସିଜିନ୍-୨ର ସୁଟିଂ କରୁଥିଲେ ଅନୁପମ । ସୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ତାଙ୍କୁ ଡାଏଲିସିସ୍ ପାଇଁ ହସ୍ପିଟାଲକୁ ନିଆଯାଉଥିଲା  । ହେଲେ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ । 

 

ଅନୁପମ ଶ୍ୟାମ୍ ସ୍ଲୁମଡୋଗ୍ ମିଲିଅନାୟାର, ବଣ୍ଡିଟ୍ କୁଇନ, ଦସ୍ତକ, ଦୁସ୍ମନ, ସତ୍ୟା, ଦିଲ୍ ସେ, ଲଗାନ, ନାୟକ ଆଦି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି  । ହେଲେ ଧାରାବାହିକ ‘ପ୍ରତିଜ୍ଞା’ ତାଙ୍କୁ ଦେଶର ଘରେ ଘରେ ପରିଚିତ କରାଇଥିଲା । ବଲିଉଡର ଜଣେ ପରିଚତ କଳାକାର ଭାବେ ସେ ଗଣାଯାଉଥିଲେ । ତାଙ୍କର ଅଭିନୟ କରିବାର ଷ୍ଟାଇଲ ବାସ୍ତବ ଭଳି ଲାଗୁଥିଲା ।

Related News
satta king tw