Top Stories

Search here...

News

ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର; ଜାଣନ୍ତୁ ତାଙ୍କ ବିଷୟରେ..

Posted On - 2 minutes ago
Edited By Team BbsrReporters
LAST UPDATED Jun 20, 2021 11:34 AM

ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର : ଓଲିଉଡକୁ କରୋନାର ଆଉ ଏକ ଶକ୍ତ ଝଟକା । ସବୁ ଦିନ ପାଇଁ ନୀରବି ଯାଇଛି ରାଜ୍ୟର ନାଁ କରା କଣ୍ଠଶିଳ୍ପୀ ତପୁମିଶ୍ର । ଗତ କିଛି ଦିନ ଧରି ତପୁମିଶ୍ର କରୋନା ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ପରବର୍ତି ସ୍ୱାସ୍ଥ୍ୟ ଜଟିଳତା ଦେଖା ଦେଇଥିଲା । କୋରନା ସଂକ୍ରମଣ ହେବା ପରେ ତାଙ୍କର ଫୁସଫୁସ  ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଶେଷ ୪୮ ଘଂଟା ତାଙ୍କର ଅବସ୍ଥା ଅଧିକ ଜଟିଳ ହୋଇଥିଲା । କରୋନା ସହିତ ଲଢେଇ ଭିତରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କଳାକାର ତଥା ତାଙ୍କର ଫ୍ୟାନ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ହେଲେ ନିୟତି କିଛି ଅଲଗା ରଖିଥିଲା ଏହି ପ୍ରତିଭାବାନ୍ କଣ୍ଠଶିଳ୍ପୀଙ୍କ ଭାଗ୍ୟରେ । ଗତ କଲି ରାତି ୧୧ଟାରେ ତାଙ୍କର ନିଧନ ଘଟିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।


ଭଜନ, ଆଧୁନିକ ସଙ୍ଗୀତ ଠାରୁ ଆରମ୍ଭ କରି ଏକାଧିକ ଭାଷାରେ ସେ ଗୀତ ଗାଇ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଥିଲେ । ଆଜି ସେହି ସୁରିଲା କଣ୍ଠସ୍ୱର ନିରବି ଯାଇଛି । ଓଡିଶା ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି । ତାଙ୍କର ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଏତେ କମ୍ ବୟସରେ ତପୁମିଶ୍ରଙ୍କ ପରଲୋକଙ୍କୁ କେହି ବିଶ୍ୱାସ ବି କରିପାରୁନାହାନ୍ତି ।

 

ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍‌ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ । ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍‌ । କଭର ସଙ୍ଗ୍‌ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ ।

 

ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ । ସେହିଠାରୁ ତାଙ୍କର କଣ୍ଠଶିଳ୍ପୀ ଜୀବନର ଜୟଯାତ୍ରା ଆଗକୁ ବଢ଼ିଚାଲିଛି । ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି । ଆଇ ଲଭ୍‌ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା.. ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍‌ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର ।  ଏହା ପରେ ପ୍ରାୟ ୧୬୦ଟି ଓଡ଼ିଆ ଫିଲ୍ମ ଗୀତ, ୨୨ଟି ବଙ୍ଗଳା ଗୀତ ଏବଂ ଅନେକ ଭଜନ ଗାଇଛନ୍ତି ।

Related News
satta king tw