Top Stories

Search here...

News

ସଲମନଙ୍କ ପରିବେର୍ତ୍ତ ‘ବିଗ୍ ବସ୍’ ସୋ ହୋଷ୍ଟ କରିବେ କରଣ ଜୋହର

Posted On - 5 minutes ago
Edited By Team BbsrReporters
LAST UPDATED Jul 26, 2021 10:10 AM

କରନ୍ ଜୋହର ଓଟିଟିରେ ପ୍ରସାରିତ ହେବାକୁ ଥିବା ବିଗ୍ବସ୍ ସିଜନ-୧୫ର ପ୍ରଥମ ୬ ସପ୍ତାହ ହୋଷ୍ଟ କରିବେ ବୋଲି ଜଣାପଡିଛି ।

 

BBSR Reporters


ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍କୁ ଚଳିତ ଥର କରନ ଜୋହର ଭିନ୍ନ ଏକ ଅନ୍ଦାଜରେ ହୋଷ୍ଟ କରିବେ ବୋଲି ଖବର ଆସିଛି । ସଲମାନ ଖାନ ଅନେକ ବର୍ଷ ହେବ ହୋଷ୍ଟ କରି ଆସୁଥିବା ବେଳେ କରଣଙ୍କୁ ଚଳିତ ବର୍ଷ ଏହି ଦାୟୀତ୍ୱ ଦିଆଯାଇଛି ।

 

ସୂଚନା ମୁତାବକ, କରନ୍ ଜୋହର ଓଟିଟିରେ ପ୍ରସାରିତ ହେବାକୁ ଥିବା ବିଗ୍ବସ୍ ସିଜନ-୧୫ର ପ୍ରଥମ ୬ ସପ୍ତାହ ହୋଷ୍ଟ କରିବେ । ଏହାର ପ୍ରିମିୟର ଅଗଷ୍ଟ ୮ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଡିଜିଟାଲ ରିଲିଜ ପରେ ବିଗ୍ ବସ୍-୧୫କୁ ତା’ର ପୁରୁଣା ପ୍ଲାଟଫର୍ମ କଲର୍ସ ଚ୍ୟାନେଲରେ ଲଞ୍ଚ କରାଯିବ । ସେପଟେ ବିଗ୍ବସ୍ ହୋଷ୍ଟକୁ ନେଇ କରନ୍ ବେଶ୍ ଉତ୍ସାହିତ ଅଛନ୍ତି ।

 

ଏହାକୁ ନେଇ କରଣ କହିଛନ୍ତି, ମୁଁ ଆଉ ମୋର ମା ବିଗ୍ ବସ୍ର ବଡ ଫ୍ୟାନ୍ । ସୋ’ର ଗୋଟିଏ ବି ଏପିସୋଡ୍ ମିସ୍ କରେ ନାହିଁ । ମୋତେ ସୋ’ ହୋଷ୍ଟ କରିବା ବେଶ୍ ପସନ୍ଦ । ଓଟିଟିରେ ‘ବିଗ୍ ବସ୍ ସୋ’ ହୋଷ୍ଟ କରିବା ମୋ ପାଇଁ ଏକ ବଡ କଥା ବୋଲି ସେ କହିଛନ୍ତି ।


 

Related News
satta king tw