Top Stories

Search here...

News

୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଛନ୍ତି ରାଜ କୁନ୍ଦ୍ରା; ଦେଖୁଥିଲେ ୨୦ ଲକ୍ଷରୁ ଅଧିକ ଗ୍ରାହକ 

Posted On - 4 minutes ago
Edited By Team BbsrReporters
LAST UPDATED Jul 23, 2021 11:43 AM

ରାଜ କୁନ୍ଦ୍ରାଙ୍କ  ଆପ୍ (ହଟଶଟ୍)ରେ ପ୍ରାୟ ୨୦ଲକ୍ଷ ପେଡ୍ ଗ୍ରାହକ ରହିଥିଲେ, ଯେଉଁମାନେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ପାଇଁ ସଦସ୍ୟତା(ମେମ୍ବରସିପ) ନେଇଥିଲେ ବୋଲି କ୍ରାଇମ ବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି ।

 

BBSR Reporters

 

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି  । ୨୦୧୯ରୁ ରାଜ କୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଛନ୍ତି । ଏପରି ସ୍ଥଳେ ପୁଲିସ ହେପାଜତରେ ଥାଇ ମଧ୍ୟ ରାଜ ଯାଞ୍ଚରେ ସହଯୋଗ କରୁନଥିବା ପୁଲିସ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।


ମୁମ୍ବାଇର ଅନେ୍ଧରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ଅଧିକ ତଥ୍ୟ ହାସଲ କରିଛି  । ଏହା ସହ ଏକାଧିକ ତଥ୍ୟକୁ ଡିଲିଟ କରାଯାଇଛି ଏବଂ ଏହାକୁ ହାସଲ କରିବା ପାଇଁ ସମୟ ଲାଗିବ ବୋଲି କହିଛି କ୍ରାଇମ ବ୍ରାଞ୍ଚ  । ତେବେ ହେପାଜତକୁ ଯାଇଥିଲେ ମଧ୍ୟ ରାଜ କୌଣସି ପ୍ରଶ୍ନର ଉତ୍ତର ଠିକ ଭାବରେ ଦେଉନଥିବା ସହ ଅଶ୍ଳୀଳ ଫିଲ୍ମ ତିଆରି କରୁନଥିଲେ ବୋଲି କହିଛନ୍ତି  । ଯାଞ୍ଚରେ ସହଯୋଗ କରୁନଥିବାରୁ କ୍ରାଇମ ବ୍ରାଞ୍ଚ ହେପାଜତର ଅବଧି ବଢାଇବା ପାଇଁ କୋର୍ଟରେ ଆବେଦନ କରିବା ବୋଲି କହିଛି  ।

 

ଅନ୍ୟପକ୍ଷରେ, ଅଧିକାରୀମାନେ ରାଜଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଦାବି କରିଛନ୍ତି । ଏହା ସହ ଅଧିକାରୀମାନେ କହିଛନ୍ତି ଯେ, ରାଜ କୁନ୍ଦ୍ରା ଅଗଷ୍ଟ ୨୦୧୯ରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ ଏବଂ ସେଥିରୁ କୋଟି ଟଙ୍କା ରୋଜଗାର କରିଥିଲେ  ।

 

ରାଜ କୁନ୍ଦ୍ରାଙ୍କ  ଆପ୍ (ହଟଶଟ୍)ରେ ପ୍ରାୟ ୨୦ଲକ୍ଷ ପେଡ୍ ଗ୍ରାହକ ରହିଥିଲେ, ଯେଉଁମାନେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ପାଇଁ ସଦସ୍ୟତା(ମେମ୍ବରସିପ) ନେଇଥିଲେ । ସେ ଏହି ୨୦ଲକ୍ଷ ପେଡ୍ ଗ୍ରାହକଙ୍କଠାରୁ କୋଟି କୋଟି ଟଙ୍କା ଆୟ କରୁଥିଲେ  । ଅଶ୍ଳୀଳ ଚଳଚ୍ଚିତ୍ର ଅପଲୋଡ୍ କରିବା ପାଇଁ ସେ ଏକ ମୋବାଇଲ୍ ଆପ୍ ତିଆରି କରିଥିଲେ କାରଣ ଏହା ୱେବସାଇଟ୍ ଅପେକ୍ଷା ଅଧିକ ସହଜ ଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
 

Related News
satta king tw