Top Stories

Search here...

News

ଡ୍ରଗ୍ସ ଦେଇ ନ୍ୟୁଡ୍ ଭିଡିଓ ସୁଟ୍ କରିବା ପରେ ପର୍ଣ୍ଣ ଫିଲ୍ମରେ କାମ କରିବାକୁ ବାଧ୍ୟ କରୁଥିଲେ: ଶ୍ରୁତି ଗେରା

Posted On - 35 minutes ago
Edited By Prabir Kumar
LAST UPDATED Jul 25, 2021 12:46 PM

ରାଜ କୁନ୍ଦ୍ରାଙ୍କ କମ୍ପାନୀ ମଡେଲ ଏବଂ ଅଭିନେତ୍ରୀମାନଙ୍କୁ ୱେବ୍ ସୋ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରୁଥିଲେ  । କିନ୍ତୁ ପରେ  ଅଶ୍ଳୀଳତାର ସୀମା ଅତିକ୍ରମ କରିବାକୁ ଚାପ ପ୍ରୟୋଗ କରୁଥିଲେ ବୋଲି ସେ କହିଛନ୍ତି । 

 

BBSR Reporters

 


ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ତାଙ୍କର ପେଢ଼ି ଖୋଲିବାରେ ଲାଗିଛି ।  ତାଙ୍କ ନ୍ୟୁଡ୍ ଭିଡିଓ ସୁଟ୍ କରିବା ଠୁ ଆରମ୍ଭ କରି ପର୍ଣ୍ଣ ଫିଲ୍ମରେ କାରବାରକୁ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅନେକ ମଡେଲ ଏବଂ ଅଭିନେତ୍ରୀ ରାଜଙ୍କ କଳା କାରବାରର ଗୁମର ଖୋଲିବାରେ ଲାଗିଛନ୍ତି । 


 ଅଭିନେତ୍ରୀ ଶ୍ରୁତି ଗେରା ମଧ୍ୟ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ବ୍ୟବସାୟ ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି, ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀଙ୍କୁ ବ୍ରେକ୍ ଦେବା ବାହାନାରେ ସେମାନଙ୍କ ଫାଇଦା ଉଠାଉଥିଲେ ରାଜ କୁନ୍ଦ୍ର । ପ୍ରଥମେ ଡ୍ରଗ୍ସ ଦେଇ ସେମାନଙ୍କ ନ୍ୟୁଡ୍ ଭିଡିଓ ସୁଟ୍ କରୁଥିଲେ  ।  ପରେ ସେମାନଙ୍କୁ ପର୍ଣ୍ଣ ଫିଲ୍ମରେ କାମ କରିବା ପାଇଁ ବାଧ୍ୟ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

 

ଶ୍ରୁତି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ୨୦୧୮ରେ ସେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ତରଫରୁ ଏକ ୱେବ୍ ସିରିଜରେ କାମ କରିବା ପାଇଁ ସେ ଅଫର ପାଇଥିଲେ । ଏଥିପାଇଁ ତାଙ୍କୁ ଜଣେ କାଷ୍ଟିଂ ନିଦେ୍ର୍ଧଶକଙ୍କ ଆପ୍ରୋଚ କରିଥିଲେ । କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖାନ  କରିଥିଲେ । ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ମୁଁ ନିଜକୁ ରକ୍ଷା କରିନେଇଥିଲି ବୋଲି ସେ କହିଛନ୍ତି ।

 

ସେ ଆହୁରି କହିଛନ୍ତି, ଇଣ୍ଡଷ୍ଟ୍ରୀରେ ନୂଆପିଢିଙ୍କୁୂ ଅନେକ ନିର୍ଯାତନା ସହିବାକୁ ପଡୁଛି । ସେମାନଙ୍କୁ ବେଳେ ବେଳେ ହନି ଟ୍ରାପରେ ଫସାଇ ମଧ୍ୟ ଦିଆଯାଉଛି । ଆପତ୍ତିଜନକ ଭିଡିଓ କରି ବ୍ଲାକମେଲ୍ ମଧ୍ୟ କରାଯାଉଥିଲା । ରାଜ କୁନ୍ଦ୍ରାଙ୍କ କମ୍ପାନୀ ମଡେଲ ଏବଂ ଅଭିନେତ୍ରୀମାନଙ୍କୁ ୱେବ୍ ସୋ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରୁଥିଲେ  । କିନ୍ତୁ ପରେ  ଅଶ୍ଳୀଳତାର ସୀମା ଅତିକ୍ରମ କରିବାକୁ ଚାପ ପ୍ରୟୋଗ କରୁଥିଲେ ବୋଲି ସେ କହିଛନ୍ତି । 


କେତେକ ଅଭିନେତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି ଯେ ରାଜଙ୍କ ଲୋକମାନେ ତାଙ୍କଠାରୁ ‘ନଗ୍ନ ଅଡିସନ୍ କ୍ଲିପ୍’ ମାଗିଥିଲେ । ସୂଚନାଯୋଗ୍ୟ, ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଏବେ ରାଜ କୁନ୍ଦ୍ରା ଜେଲ୍ରେ ଅଛନ୍ତି । ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଂଚ ୧୯ ତାରିଖରେ ଗିରଫ କରିଥିଲା । ଏହାପରେ ତାଙ୍କୁ ୨୭ ଯାଏ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି । 
 

Related News
satta king tw