Top Stories

Search here...

News

କୋହଳ ହେଲା କଟକଣା: ଆସନ୍ତାକାଲି ଠୁ ରାଜଧାନୀରେ ଖୋଲିବ ସିନେମା ହଲ

Posted On - 1 hour ago
Edited By Prabir Kumar
LAST UPDATED Jul 25, 2021 12:25 PM

ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିବାରୁ ରାଜଧାନୀ ଦିଲ୍ଲୀରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି ।


ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡଲାଇନ ଅନୁଯାୟୀ, ସୋମବାର ଠାରୁ ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ ଖୋଲିବ । ତେବେ ୫୦% ଦର୍ଶକ ହିଁ ଏକକାଳୀନ ଫିଲ୍ମ ଦେଖିପାରିବେ । ସମସ୍ତ ମାସ୍କ ପିନ୍ଧିବେ ଓ ଗୋଟିଏ ଶୋ’ ପରେ ହଲକୁ ସାନିଟାଇଜ୍ କରି ଦ୍ୱିତୀୟ ଦଫାରେ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

 

ଗାଇଡଲାଇନରେ ସ୍ପାଗୁଡ଼ିକୁ ଖୋଲିବା ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯାଇଛି । ଏଠାରେ ସଂକ୍ରମଣକୁ ରୋକିବା ପାଇଁ ଜାରି ପ୍ରୋଟକଲକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିଦେ୍ର୍ଧଶ ରହିଛି । ସ୍ପାର କର୍ମଚାରୀମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ ଓ ସ୍ପା ଖୋଲିବା ପୂର୍ବରୁ ସେମାନଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ହୋଇଥିବ ।


ସୋମବାର ଠାରୁ ଦିଲ୍ଲୀର ମେଟ୍ରୋ ଓ ଡିଟିସି ବସ୍ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ସେବା ଆରମ୍ଭ କରିବ । ଯେତିକି ସିଟ୍ ସେତିକି ଲୋକ ବସ୍ ଓ ମେଟ୍ରୋରେ ଯିବା ଆସିବା କରିପାରିବେ । କେହି ବି ଛିଡ଼ା ହୋଇ ଯାତାୟାତ କରିପାରିବେ ନାହିଁ । ବସ୍ ଓ ମେଟ୍ରୋରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । ସେହିପରି ଏଗୁଡ଼ିକୁ ନିୟମିତ ସାନିଟାଇଜ ମଧ୍ୟ କରାଯିବ ।

 

ସମସ୍ତ ମାର୍କେଟ, ମାର୍କେଟ କମ୍ପ୍ଲେକ୍ସ ଓ ମଲ ଗୁଡ଼ିକ ସକାଳ ୧୦ଟାରୁ ରାତି ୮ଟା ଯାଏ ଖୋଲିବାକୁ ୍ରଅନୁମକତି ମିଳିଛି । ରେଷ୍ଟୁରାଷ୍ଟଗୁଡ଼ିକ ସକାଳ ୮ଟାରୁ ରାତି ୧୦ଟା ଯାଏ ଏକକାଳୀନ ୫୦% ଲୋକଙ୍କୁ ବସାଇ ଖାଇବାକୁ ଦେଇପାରିବେ ବୋଲି କୁହାଯାଇଛି ।


 

Related News
satta king tw