Top Stories

Search here...

News

ଫିଟୁଛି ରାଜଙ୍କ ଗୁମର; ଆଇଲ୍ୟାଣ୍ଡସ୍ଥିତ ବଙ୍ଗଳାରେ  ନ୍ୟୁଡ୍ ସିନ୍ ସୁଟିଂ ସହ ଯୁବତୀଙ୍କୁ ବଳାତ୍କାର  କରାଯାଉଥିଲା

Posted On - 1 minute ago
Edited By Team BbsrReporters
LAST UPDATED Jul 30, 2021 01:47 PM

କାମ ବାହାନାରେ ବଙ୍ଗଳାକୁ ଯାଇ କିପରି ନିର୍ଯାତନା ଦିଆଯାଉଥିଲା ସେ ସମ୍ପର୍କରେ ପୋଲିସକୁ କହିଛନ୍ତି ଦୁଇ ଅଭିନେତ୍ରୀ  । ପଢନ୍ତୁ ପୁରା ଖବର

 

BBSR Reporters

 

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲରେ ଧିରେ ଧିରେ ରାଜ କୁନ୍ଦ୍ରାଙ୍କୁ ଗୁମର ଫିଟିବାରେ ଲାଗିଛି । ଏହା ମଧ୍ୟରେ  ଚର୍ଚ୍ଚାକୁ ଆସିଛି ରାଜଙ୍କ ମଡ ଆଇଲ୍ୟାଣ୍ଡସ୍ଥିତ ବଙ୍ଗଳା । ଏହି ବଙ୍ଗଳାରେ ହିଁ ଅଶ୍ଳୀଳ ଫିଲ୍ମର ସୁଟିଂ କରିବାକୁ ବାଧ୍ୟ କରାଯିବା ସହ ବଳାତ୍କାର କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଦୁଇ ଅଭିନେତ୍ରୀ ।  କାମ ବାହାନାରେ ବଙ୍ଗଳାକୁ ଯାଇ କିପରି ନିର୍ଯାତନା ଦିଆଯାଉଥିଲା ସେ ସମ୍ପର୍କରେ ପୋଲିସକୁ କହିଛନ୍ତି ଦୁଇ ଅଭିନେତ୍ରୀ  । ଗହନା ବଶିଷ୍ଟ ଓ ରୋବା ଖାନ ଯୁବତୀମାନଙ୍କୁ ଡରାଇ, ଧମକାଇ ଏପରି କାମ କରାଉଥିବା ସେମାନେ ସିଧା ସିଧା କହିଛନ୍ତି । ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଜେଲ୍ରେ ଥିବା ବେଳେ ପୁଲିସ୍ ଗହନା ଓ ରୋବାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

 

ପ୍ରଥମ ପୀଡ଼ିତା ଯୁବତୀ ଅଭିଯୋଗ ଅନୁଯାୟୀ, ରୋବାଙ୍କ ସଂସ୍ପର୍ଶରେ ଆସିବା ପରେ ମଡ ଆଇଲ୍ୟାଣ୍ଡସ୍ଥିତ ଏକ ବଙ୍ଗଳାକୁ ସୁଟିଂ ପାଇଁ ଯାଇଥିଲେ । ଗତ ଫେବୃୟାରୀ ୨ ତାରିଖରେ ତାଙ୍କୁ ଉକ୍ତ ବଙ୍ଗଳାକୁ ନିଆଯାଇଥିଲା । ସେଠାରେ ରୋବା ୨୫ ହଜାରର ଅଫର ଦେଇ ଏକ ସ୍କ୍ରିପ୍ଟ ହାତରେ ଧରାଇଦେଲେ । ସ୍କ୍ରିପ୍ଟ ମୁତାବକ ବୋଲ୍ଡ ଡ୍ରେସ ପିନ୍ଧିବାକୁ କୁହାଯିବାରୁ ପୀଡ଼ିତାଜଣକ ମନା କରିଥିଲେ । ମାତ୍ର ବଡ଼ ଫିଲ୍ମରେ ଲିଡ ରୋଲ ପାଇବାକୁ ଏପରି କାମ କରିବାକୁ ପଡ଼ିଥାଏ ବୋଲି କହି ପରୋକ୍ଷରେ ରୋବା ଧମକାଇଥିଲେ । ଏହାପରେ ଅଧା ଫିଲ୍ମ ସୁଟିଂ ହେବା ପରେ ନ୍ୟୁଡ ସିନ୍ ଦେବାକୁ କୁହାଯାଇଥିଲା । ମାତ୍ର ମନା କରିବାରୁ ସୁଟ୍ ନ କଲେ ମିଛ ମାମଲାରେ ଫସାଇବା ସହ କ୍ଷତି ହୋଇଥିବା ଟଙ୍କା ଭରଣା କରିବାକୁ ପଡ଼ିବ ବୋଲି କହିଥିଲେ । ତେଣୁ ଚାପର ବଶବର୍ତ୍ତୀ ହୋଇ ନ୍ୟୁଡ ସିନ୍ ଦେଇଥିଲି ବୋଲି ପୀଡ଼ିତାଜଣକ ପୁଲିସ୍ ସମ୍ମୁଖରେ କହିଛନ୍ତି ।

 

ଅନ୍ୟ ଜଣେ ପୀଡ଼ିତା ଗହନାଙ୍କ ନାମରେ ଆଣି କହିଛନ୍ତି,  ୱେବ ସିରିଜ ସୁଟିଂ ନାଁରେ ତାଙ୍କୁ ମଡ ଆଇଲ୍ୟାଣ୍ଡସ୍ଥିତ ବଙ୍ଗଳାକୁ ନିଆଯାଇଥିଲା । ସେଠାରେ ତାଙ୍କର ଗହନାଙ୍କ ସହ ଭେଟ ହୋଇଥିବା ବେଳେ ୧୦ ହଜାର ଟଙ୍କା ଯଚା ଯାଇଥିଲା । ସୁଟିଂ ମଝିରେ ତାଙ୍କୁ ଜବରଦସ୍ତି ଏକ ରୁମ୍କୁ ନିଆଯାଇ ୩ ଜଣ ବଳାକôାର କରିଥିବା ପୀଡ଼ିତା କହିଛନ୍ତି । ଏହାପରେ ଗହନା ତାଙ୍କୁ ନୂଆ ଡ୍ରେସ୍ ପିନ୍ଧିବାକୁ ଦେବା ସହ ସୁଟିଂକୁ ଯିବାକୁ କହିଥିଲେ । ମାତ୍ର ପୀଡ଼ିତାଜଣକ ଅରାଜି ହେବାରୁ ଶୁଟିଂ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ଏହାକୁ ଛାଡ଼ିକି ଯିବାକୁ ଚାହିଁଲେ ସବୁ କ୍ଷତି ଭରଣା କରିବାକୁ ପଡ଼ିବ ବୋଲି କହିଥିଲେ । ଟଙ୍କା ନ ଥିବାରୁ ପୁଣି ଥରେ ସୁଟିଂ କରିବାକୁ ରାଜି ହୋଇଥିଲି । ଏହାପରେ ସେଠାରେ ଥିବା ପୁଣି ଜଣେ ଯୁବକ ମୋ ସହ ଜବରଦସ୍ତି କରି ଶାରୀରିକ ସମ୍ପର୍କ ରଖିଥିଲେ । ଏ ବିଷୟରେ ବାହାରେ କାହାକୁ କିଛି ନ କହିବାକୁ ଧମକ ବି ଦିଆଯାଇଥିଲା ବୋଲି ପୀଡ଼ିତାଜଣକ ପୁଲିସ୍ ସମ୍ମୁଖରେ କହିଛନ୍ତି ।

Related News
satta king tw