Top Stories

Search here...

News

ନିଜ ହଟସଟ୍ସ ଆପ୍ ପାଇଁ ବିଗ ବସ୍ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲେ ରାଜ କୁନ୍ଦ୍ରା

Posted On - 2 minutes ago
Edited By Team BbsrReporters
LAST UPDATED Jul 27, 2021 12:28 PM

ବେଶି ଫିଲ୍ମରେ ନଜର ନ ଆସି ବି ଅଧିକାଂଶ ସମୟରେ ଲାଇମଲାଇଟରେ ରହୁଥିବା ସେଲିନା ଜେଟଲି, କିମ୍ ଶର୍ମା, ନେହା ଧୂପିଆ ପ୍ରମୁଖଙ୍କ ପରି ମଡେଲ ଓ ଅଭିନେତାଙ୍କୁ ବି ନିଜ ଜାଲ୍ରେ ଫସାଇବାକୁ ଚେଷ୍ଟା କରୁଥିଲେ ରାଜ୍ ।

 

BBSR Reporters


ମୁମ୍ବାଇ: ନିଜ ହଟସଟ୍ସ ଆପରେ ନୁ୍ୟଡ୍ ଭିଡିଓ ପାଇଁ ବିଗ ବସ୍ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲେ ରାଜ କୁନ୍ଦ୍ରା । ହେଲେ ତା ପୁର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଗଲେ । ଏହାର ଖୁଲାସା କରି ରାଜଙ୍କ ପ୍ଲାନିଂ ସମ୍ପର୍କରେ ବଖାଣିଛନ୍ତି ସାଗରିକା ସୁମନ ନାମ୍ନୀ ମଡେଲ ।

 

ସାଗରିକା ସୁମନଙ୍କ କହିଛନ୍ତି, ବିଗ୍ ବସ୍ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲା ରାଜଙ୍କ କମ୍ପାନୀ । ନିକିତା ମୋଲି, ଅର୍ସି ଖାନ ପ୍ରମୁଖ ବିଗ୍ ବସ୍ ପ୍ରତିଯୋଗୀ ଯେଉଁମାନେ ବିଜନେସ୍ ସୁଟରେ ଯାଉଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲା ରାଜଙ୍କ କମ୍ପାନୀ । ହେଲେ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରି ନ ଥିଲା । ଏହାପରେ ଗତ ଫେବୃୟାରୀରେ ଉମେଶ କାମତ ଗିରଫ ହେବା ପରେ ଏହି ପ୍ରୋଜେକ୍ଟ ଅଧୁରା ରହିଗଲା ।

 


ବିଶେଷକରି  ବେଶି ଫିଲ୍ମରେ ନଜର ନ ଆସି ବି ଅଧିକାଂଶ ସମୟରେ ଲାଇମଲାଇଟରେ ରହୁଥିବା ସେଲିନା ଜେଟଲି, କିମ୍ ଶର୍ମା, ନେହା ଧୂପିଆ ପ୍ରମୁଖଙ୍କ ପରି ମଡେଲ ଓ ଅଭିନେତାଙ୍କୁ ବି ନିଜ ଜାଲ୍ରେ ଫସାଇବାକୁ ଚେଷ୍ଟା କରୁଥିଲେ ରାଜ୍ । ଏହାପରେ ରାଜଙ୍କ କମ୍ପାନୀ ପକ୍ଷରୁ ଅର୍ସି ଖାନକୁ ଆପ୍ରୋଚ କରାଯାଇଥିଲା । ଅର୍ସି ପୂର୍ବରୁ ହଟସଟ୍ସ ପାଇଁ ହୋଷ୍ଟିଂ ଓ ଆଙ୍କରିଂ କରି ସାରିଥିଲେ । ମାତ୍ର ଏଥର ତାଙ୍କୁ ଲାଇଫ୍ ଷ୍ଟ୍ରିମିଂ ପାଇଁ ପ୍ରପୋଜାଲ ଦିଆଯାଇଥିଲା । ଏପିସୋଡ଼ ପିଛା ୨ ଲକ୍ଷ ଦେବାକୁ କୁହାଯାଇଥିବା ବେଳେ ଅର୍ସି ୫ ଲକ୍ଷ ଦାବି କରିଥିଲେ । ଫଳରେ ଏହି ପ୍ରୋଜେକ୍ଟ ବି ଅଧୁରା ରହିଗଲା ।

 

ଦିନକୁ ଦିନ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଧ ଲମ୍ବି ଲମ୍ବି ଚାଲିଛି । କିଏ ରାଜଙ୍କ ବିରୋଧରେ ସୋଶାଲ ମିଡିଆରେ ପୋଷ୍ଟ କରୁଛି ତ କିଏ ଟ୍ୱିଟ କରି ନିଜେ ସମ୍ମୁଖୀନ ହୋଇଥିବା ପରିସ୍ଥିତିକୁ ଲୋକଙ୍କ ସମ୍ମଖରେ ବଖାଣୁଛି । ପୂର୍ବରୁ ପୁନମ ପାଣ୍ଡେ, ର୍ସେଲିନ୍ ଚୋପ୍ରାଙ୍କ ପରେ ଏବେ ଆଉ ଜଣେ ମଡେଲ ସାଗରିକା ସୁମନ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଆଗାମୀ ଦିନରେ ଏହା ଉପରେ ଅଧିକ ଖୁଲାସା ହୋଇପାରେ ବୋଲି କୁହାଯାଉଛି । 
 

Related News
satta king tw