Top Stories

Search here...

News

ପୁଲିସ ଉପସ୍ଥିତିରେ ରାଜ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ ଶିଳ୍ପା

Posted On - 5 minutes ago
Edited By Team BbsrReporters
LAST UPDATED Jul 28, 2021 11:49 AM

ଭଗବାନଙ୍କ କୃପାରୁ ଆମର ସବୁ କିଛି ଥିବାବେଳେ ଏସବୁ କାରବାରରେ ମାତିବାର କ’ଣ ଆବଶ୍ୟକତା ଥିଲା ବୋଲି ଶିଳ୍ପା କହିଥିଲେ ।

 

BBSR Reporters

 

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ସୁଟିଂ ପ୍ରସଙ୍ଗରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ଗିରଫ କରିସାରିଥିବାବେଳେ ଗତ ଶୁକ୍ରବାର ତାଙ୍କର ଅଭିନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଦୀର୍ଘ ୬ ଘଣ୍ଟା ଜେରା କରିଥିଲା । କୁନ୍ଦ୍ରା ସେତେବେଳେ ହାଜତରେ ଥିଲେ ସୁଦ୍ଧା ପୁଲିସ ଜେରା ସମୟରେ କୁନ୍ଦ୍ରାଙ୍କୁ ସାଙ୍ଗରେ ନେଇ ଶିଳ୍ପାଙ୍କ ଜୁହୁସ୍ଥିତ ବାସଭବନକୁ ଯାଇଥିଲା । କୁନ୍ଦ୍ରାଙ୍କୁ ଦେଖିବାପରେ ଶିଳ୍ପା ଭାଙ୍ଗିପଡିବା ସହ ତାଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା । ହିତାହିତ ଜ୍ଞାନ ଭୁଲିଯାଇ ଶିଳ୍ପା ସ୍ୱାମୀ କୁନ୍ଦ୍ରାଙ୍କୁ ମନଇଚ୍ଛା ଗାଳି ଦେଇଥିଲେ । ଭଗବାନଙ୍କ କୃପାରୁ ଆମର ସବୁ କିଛି ଥିବାବେଳେ ଏସବୁ କାରବାରରେ ମାତିବାର କ’ଣ ଆବଶ୍ୟକତା ଥିଲା ବୋଲି ଶିଳ୍ପା ଗର୍ଜିଥିଲେ । ଏହାଦ୍ୱାରା ପରିବାରର ସମ୍ମାନ ହାନି ହୋଇଥିବାବେଳେ ଆମେ କିପରି ସମାଜରେ ମୁଣ୍ଡ ଟେକି ଚାଲିବୁ ବୋଲି ସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ ।

 

ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବା ଫଳରେ ପରିବାରର ଅନ୍ୟ ବ୍ୟବସାୟିକ କାରବାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପା ତାଙ୍କୁ କହିଥିଲେ । ପୁଲିସ ଏହି ଅବସରରେ କୁନ୍ଦ୍ରାଙ୍କ ବାସଭବନକୁ ତଲାସି ମଧ୍ୟ କରିଥିଲା । ତେବେ କୁନ୍ଦ୍ରାଙ୍କ ପର୍ଣ୍ଣ ଇଣ୍ଡଷ୍ଟ୍ରୀ ସହ ଶିଳ୍ପାଙ୍କ ସଂପୃକ୍ତି ନେଇ ପୁଲିସକୁ କୌଣସି ତଥ୍ୟ ମିଳିନଥିଲା । ଏପରିକି ଏହି ଘଟଣାରେ କୌଣସିି ବ୍ୟକ୍ତି ଶିଳ୍ପାଙ୍କ ବିରୋଧରେ ବୟାନ ଦେଇନଥିବା ମଧ୍ୟ ପୁଲିସ ପକ୍ଷରୁ କୁହାଯାଇଛି । ତେବେ ଶିଳ୍ପା ସ୍ୱାମୀଙ୍କର କଳା କାରନାମାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରିଥିଲେ । ତାଙ୍କ ସ୍ୱାମୀ ପର୍ଣ୍ଣ ନୁହେଁ ଏରୋଟିକା ଫିଲ୍ମ ନିର୍ମାଣ କରୁଥିଲେ ବୋଲି ଶିଳ୍ପା ପୁଲିସକୁ ସେତେବେଳେ ସଫେଇ ଦେଇଥିବା ଜଣାପଡିଛି ।

 

ଅବଶ୍ୟ ଅକ୍ସଫୋର୍ଡ ଡିକ୍ସନାରୀ ଅନୁଯାୟୀ ପର୍ଣ୍ଣ ଓ ଏରୋଟିକା ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି । ଜୁଲାଇ ୧୯ରେ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କର ହାଜତ ମିଆଦକୁ ଇତିମଧ୍ୟରେ ତିନିଥର ବୃଦ୍ଧି କରାଯାଇଛି । ତାଙ୍କର ୭.୫ କୋଟିି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଥିବାବେଳେ ସୋମବାର କାନପୁରସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ୍ରେ ଥିବା ଦୁଇଟି ଆକାଉଣ୍ଟକୁ ମଧ୍ୟ ଜବତ କରାଯାଇଛି । ଏହି ଦୁଇଟି ଆକାଉଣ୍ଟରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହିଥିବା କୁହାଯାଇଛି । କୁନ୍ଦ୍ରା ଇତିମଧ୍ୟରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

 

 ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ମଙ୍ଗଳବାର ଆଉ ୧୪ ଦିନ ବୃଦ୍ଧି କରିଛନ୍ତି । ଜୁଲାଇ ୧୯ରେ ଗିରଫ ହେବାପରଠାରୁ ଏଥରକୁ ମିଶାଇ କୁନ୍ଦ୍ରାଙ୍କ ହାଜତ ମିଆଦ ତିନିଥର ବୃଦ୍ଧି କରାଗଲାଣି । ପୂର୍ବରୁ ଏହା ଜୁଲାଇ ୨୩ ଓ ଜୁଲାଇ ୨୭ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା । ପୁଲିସ ଗତ ସପ୍ତାହରେ କୁନ୍ଦ୍ରାଙ୍କ କାର୍ୟ୍ୟାଳୟ ଉପରେ ଚଢଉ କରି ଆପତ୍ତିଜନକ କାଗଜପତ୍ର ଜବତ କରିଥିଲା । କୁନ୍ଦ୍ରା ନିଜର ସ୍ୱତନ୍ତ୍ର ଆପ୍ ହଟ୍ସଟ୍ସ ଜରିଆରେ ଅଶ୍ଳୀଳ ଚଳଚ୍ଚିତ୍ରର ପ୍ରସାରଣ କରୁଥିଲେ । ତେବେ ଲଣ୍ଡନରେ ଅବସ୍ଥାନ କରୁଥିବା ତାଙ୍କର ଭିଣୋଇ ପ୍ରଦୀପ ବକ୍ସି ଏହି ଚଳଚ୍ଚିତ୍ର ପ୍ରସ୍ତୁତିର ମୁଖ୍ୟ ନାୟକ ବୋଲି କୁନ୍ଦ୍ରା କୁଆଡେ ପୁଲିସକୁ ବୟାନ ଦେଇଛନ୍ତି ।

Related News
satta king tw