Top Stories

Search here...

News

ରିଲିଜ ପୂର୍ବରୁ‌ ବନ୍ଦ ହେଲା ଚର୍ଚ୍ଚିତ  ଫିଲ୍ମ ‘ଦ ଇମୋର୍ଟଲ ଅଫ୍‌ ଅଶୱତ୍ଥାମା’ 

Posted On - 1 minute ago
Edited By Team BbsrReporters
LAST UPDATED Aug 30, 2021 01:34 PM

କରୋନା ସମୟରେ ପ୍ରାୟ ୩୦ କୋଟି ଖର୍ଚ୍ଚ ହେବା ପରେ ମଧ୍ୟ ଫିଲ୍ମଟି ନ ସରିବାରୁ ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି ପ୍ରଡ୍ୟୁସର ରାନି ଶୃବାଲା ।

 

BBSR Reporters

 

ମୁମ୍ବାଇ:  ରିଲିଜ ପୂର୍ବରୁ ଚର୍ଚ୍ଚାରେ ଥିବା ଦ ଇମୋର୍ଟଲ ଅଫ୍‌ ଅଶ୍ତ୍ଥାମା ଫିଲ୍ମ ବନ୍ଦ ହୋଇ ଯାଇଛି ‌। ଏହି ଫିଲ୍ମରେ ଭିକି କୌଶଲ ଓ ସାରା ଅଲ୍ଲି ଖାନ୍‌ଙ୍କ କେମେଷ୍ଟ୍ରି ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଏବେ କିନ୍ତୁ ସେଥିରେ ପଡ଼ିଛି ପୂର୍ଣ୍ଣଛେଦ।   କରୋନା ସମୟରେ ପ୍ରାୟ ୩୦ କୋଟି ଖର୍ଚ୍ଚ ହେବା ପରେ ମଧ୍ୟ ଫିଲ୍ମଟି ନ ସରିବାରୁ ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି ପ୍ରଡ୍ୟୁସର ରାନି ଶୃବାଲା ।

 

ମିଡିଆ ରିପୋର୍ଟ ଅନୁଯାୟୀ, ଅଶ୍ତ୍ଥାମା ଫିଲ୍ମକୁ ରାନି ଶୃବାଲା ପ୍ରଡ୍ୟୁସ୍‌ କରୁଥିବା ବେଳେ ଆଦିତ୍ୟ ଧର ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ପ୍ରାୟ ୨ ବର୍ଷ ହେବ ଏହି ଫିଲ୍ମ କାମ ଚାଲିଥିଲା। ଏହି ଫିଲ୍ମରେ ଭିକି ଓ ସାରାଙ୍କ ଷ୍ଟଣ୍ଡ ସିନ୍‌ ଥିବା ବେଳେ ତାଙ୍କ ଟ୍ରେନିଂ ପାଇଁ ବିଦେଶରୁ ପ୍ରଫେସନାଲ ଟିମ୍‌ ମଗାଯାଇଥିଲା। ଏଥିସହ ସୁଟ୍‌ ପାଇଁ ଫରେନ୍‌ ଲୋକେସନ ବଛା ସରିଥିଲା। ଏଥିନିମନ୍ତେ ୩୦ କୋଟି ଖର୍ଚ୍ଚ ସରିଥିଲେ ବି ଫିଲ୍ମ ସରିବା ନାଁ ଧରୁ ନ ଥିଲା। ଏହାବାଦ କରୋନା ସମୟରେ ସିନେମା ହଲ୍‌ ବନ୍ଦ ରହୁଥିବା ବେଳେ ବିଗ୍‌ ପ୍ରୋଜେକ୍ଟ ଫିଲ୍ମ ବେପାର ଦେଇପାରିବ କି ନାଁ ତାକୁ ନେଇ ଦ୍ନ୍ଦ୍ରେ ଥିଲେ ପ୍ରଡ୍ୟୁସର 

Related News
satta king tw