Top Stories

Search here...

News

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ନେଇ ସସପେନ୍ସ; , ମୃତ୍ୟୁ ଦିନ ଭାଙ୍ଗିଥିଲା କାର କାଚ 

Posted On - 13 minutes ago
Edited By Team BbsrReporters
LAST UPDATED Sep 07, 2021 09:54 AM

ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ଡ୍ରାମା କୁଇନ୍ ରାକ୍ଷୀ ସାବନ୍ତ  ।

 

BBSR Reporters

 

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଚାନକ ମୃତ୍ୟୁକୁ ୭ ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ମୃତ୍ୟକୁ ନେଇ ଏବେବି  ଲାଗିରହିଛି ସସପେନ୍ସ ।  ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ଡ୍ରାମା କୁଇନ୍ ରାକ୍ଷୀ ସାବନ୍ତ  ।

 

ରାକ୍ଷୀ ନିଜ ଇନଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେଆର କରି ବହୁ କଥାର ଖୁଲାସା କରିଛନ୍ତି । ହୃଦଘାତ ଯୋଗୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇ ନ କହିଛନ୍ତି ରାକ୍ଷୀ ।  ସେ କହିଛନ୍ତି, ସାଢେ ୩ ଘଣ୍ଟା ଧରି ସିଦ୍ଧାର୍ଥଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ବହୁ ଏକ୍ସପର୍ଟ ଡାକ୍ତର ଉପସ୍ଥିତ ଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହାର୍ଟ ଆଟାକ୍ ଯୋଗୁ ହୋଇ ନ ଥିବା କହିଛନ୍ତି ଡାକ୍ତର । ଏବେ ଆହୁରି ବହୁତ ଟେଷ୍ଟ ପାଇଁ ପଠାଯାଇଛି ।


ଏଥିସହ ରାକ୍ଷୀ କହିଛନ୍ତି, ମୃତ୍ୟୁ ଦିନ ତାଙ୍କ ବିଏମ୍ଡବ୍ଲୁ ର୍କାର କାଚ ଭଙ୍ଗା ଯାଇଥିଲା । ରାତି ୮ଟାରେ ସେ କାହାକୁ ଦେଖା କରିବାକୁ ବାହରକୁ ଯାଇଥିଲେ । ସେଠାରୁ ଫେରି ଦେହ ଅସୁସ୍ଥ ଲାଗୁଥିବା ମା’ଙ୍କୁ କହିଥିଲେ । ଏହାପରେ ରାତି ୩ ଟାରେ ଉଠି ପୁଣି ଦେହ ଠିକ୍ ଲାଗୁ ନ ଥିବା କହିଥିଲେ । ଏହାପରେ କିଛି ମେଡିସିନ ଖାଇ ଶୋଇ ପଡ଼ିଥିଲେ । ଏହାପରେ ସକାଳେ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାକ୍ଷୀଙ୍କ କଥାକୁ କିନ୍ତୁ ସହଜେ ଗ୍ରହଣ କରିପାରି ନାହାନ୍ତି ସୋଶାଲ ମିଡିଆ ୟୁଜର୍ସ । ଆପଣ କିଛି ବି କହିଦିଅନ୍ତୁ, ସେ ତ ଚାଲିଗଲେ ବୋଲି ଜଣେ ୟୁଜର କହିଛନ୍ତି । ଆଉ ଜଣେ କହିଛନ୍ତି, ତାଙ୍କ ପରିବାରକୁ ଦୁଃଖର ସାମନା କରିବାକୁ ଛାଡ଼ି ଦିଅନ୍ତୁ । ଜଣେ ୟୁଜର କହିଛନ୍ତି, ଟିଆରପି ପାଇଁ ରାକ୍ଷୀ କିଛି ବି କରିପାରନ୍ତି । ସୂଚନାଯୋଗ୍ୟ, ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତ ଗୁରୁବାର ଦେହାନ୍ତ ହୋଇଥିଲା । ହୃଦଘାତ ଯୋଗୁ ୪୦ ବର୍ଷୀୟ ଏହି ଅଭିନେତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । 
 

Related News
satta king tw