Top Stories

Search here...

News

ଦିଲୀପ କୁମାରଙ୍କ ବିୟୋଗ ପରେ ହୃଦଘାତର ସମ୍ମୁଖୀନ ହେଲେ ସାଏରା ବାନୋ

Posted On - 11 minutes ago
Edited By Team BbsrReporters
LAST UPDATED Sep 02, 2021 02:42 PM

 ଆଇସିୟୁରେ ଭେଟେରାନ ଅଭିନେତ୍ରୀ

 

BBSR Reporters

 

ମୁମ୍ବାଇ: ହୃଦଘାତର ଶିକାର ହୋଇଛନ୍ତି ଦିବଙ୍ଗତ ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ସ୍ତ୍ରୀ ତଥା ଭେଟେରାନ ଅଭିନେତ୍ରୀ ସାଏରା ବାନୋ। ହେଲେ ଏହି ହୃଦଘାତ ବିଶେଷ ଘାତକ ନ ଥିବା ବେଳେ ସାଏରା ବାନୋଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ଛାତିରେ ଯନ୍ତ୍ରଣା ସହ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସାଏରା ବାନୋଙ୍କୁ ପ୍ରାୟ ୩ ଦିନ ପୂର୍ବେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସୁଗାର ଲେବୁଲ ବଢ଼ିଯାଇଥିବା ବେଳେ ବ୍ଲଡ ପ୍ରେସର ମଧ୍ୟ ହାଇ ଥିଲା। ଏଥିଯୋଗୁ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଥିଲା।
 ଏବେ ସେ ବିପଦମୁକ୍ତ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଡିସଜାର୍ଚ କରାଯିବ ବୋଲି ହିନ୍ଦୁଜା ହସ୍ପିଟାଲର ଜଣେ ସିନିୟର ଡାକ୍ତର କହିଛନ୍ତି।

ଦିଲ୍ଲୀପ କୁମାର ଓ ସାଇରା ବାନୋ  ୧୯୬୬ ମସିହାରେ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ୨୨ ବର୍ଷ ବୟସ ବ୍ୟବଧାନ ଥିଲା। ପ୍ରାୟ ୫୫ ବର୍ଷ ଦୁହେଁ ସାଥୀ ହୋଇ ରହିଥିଲେ।  ହେଲେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିଲୀପ କୁମାର  ଜୁଲାଇ ୭ ତାରିଖରେ  ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ଭାଙ୍ଗି ପଡିଛନ୍ତି ସାଏରା। ପରିବାର ଲୋକଙ୍କ ସହ ସେ ସର୍ବଦା
ଦିଲୀପଙ୍କ ବିଷୟରେ ହିଁ କଥା ହେଉଥିଲେ।

Related News
satta king tw