Top Stories

Search here...

News

ଆଉ ନାହାନ୍ତି ଜଣାଶୁଣା ଟିଭି ଷ୍ଟାର

Posted On - 4 minutes ago
Edited By Team BbsrReporters
LAST UPDATED Sep 02, 2021 01:20 PM

ବିଗ୍ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ

 

BBSR Reporters


ମୁମ୍ବାଇ: ଗୁରୁବାର ଜଣାଶୁଣା ଟିଭି ଅଭିନେତା ତଥା ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି। ତେବେ ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।

ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ହୃଦ୍‌ଘାତ କାରଣରୁ  ତାଙ୍କ ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। 


ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ସେ ବିଗ୍‌ ବସ୍‌ ସିଜିନ୍‌ ୧୩ର ବିଜେତା ଥିଲେ। ହଠାତ୍‌ ତାଙ୍କ ମୃତ୍ୟୁ ଖବର ପୁରା ଇଣ୍ଡଷ୍ଟ୍ରିକୁ ଶୋକରେ ବୁଡାଇ ଦେଇଛି।

Related News
satta king tw