Top Stories

Search here...

News

ସିଙ୍ଗିଲ ମଦର ସାଜିଲେ ଟଏମସି ସାଂସଦ ନୁସରତ ଜହାଁ

Posted On - 3 minutes ago
Edited By Team BbsrReporters
LAST UPDATED Aug 31, 2021 10:40 AM

ନୁସରତ କହିଛନ୍ତି ଯେ ସେ ପିଲାର ବାପା ନାଁ ରଖିବେ ନାହିଁ ଓ ‘ସିଙ୍ଗଲ ମଦର’ ହୋଇ ରହିବେ ।

 

BBSR Reporters

 

କୋଲକାତା:  ସିଙ୍ଗିଲ ମଦର ସାଜିଲେ ଟଏମସି ସାଂସଦ ନୁସରତ ଜହାଁ ।  ପ୍ରଖ୍ୟାତ ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁଙ୍କୁ ଆଜି ହସ୍ପିଟାଲରୁ ଆସିଛନ୍ତି । ନୁସ୍ରତ କୋଳରେ ପୁଅ ‘ଈଶାନ’କୁ ଧରି ୟଶ୍ ଦାସଗୁପ୍ତାଙ୍କ ସହ ଡାକ୍ତରଖାନା ବାହାରକୁ ଆସିଥିଲେ । ୟଶ୍ ନିଜ ଗାଡ଼ିରେ ବସାଇ ନୁସ୍ରତ ଓ ପୁଅ ଈଶାନକୁ ପାମ୍ ଆଭିନ୍ୟୁସ୍ଥିତ ବାସଭବନରେ ଛାଡ଼ିଥିଲେ । ୟଶ୍ଙ୍କ ସହ ନୁସ୍ରତଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଲାଗି ରହିଥିବା ବେଳେ ନୁସ୍ରତ କହିଛନ୍ତି ଯେ ସେ ପିଲାର ବାପା ନାଁ ରଖିବେ ନାହିଁ ଓ ‘ସିଙ୍ଗଲ ମଦର’ ହୋଇ ରହିବେ ।

 

ସୂଚନାଯୋଗ୍ୟ, ନୁସ୍ରତଙ୍କର ୟଶ ସହ ନିବିଡ଼ ସମ୍ପର୍କ ଥିବା ଚର୍ଚ୍ଚା ହୋଇଆସୁଛି । ହେଲେ ଉଭୟଙ୍କ ପକ୍ଷରୁ ଏବେ ଯାଏଁ କୌଣସି ସ୍ପଷ୍ଟ ବୟାନ ଆସିନାହିଁ । ପ୍ରସବ ପାଇଁ ନୁସରତଙ୍କୁ ୟଶ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଅ ଜନ୍ମ ହେବା ପର୍ଯ୍ୟନ୍ତ ୟଶ୍ ଡାକ୍ତରଖାନାରେ ଅପେକ୍ଷା କରିଥିଲେ । ପୁଅ ଜନ୍ମ ହେବା ପରେ ୟଶ୍ ପ୍ରଥମେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ, ମାଆ ପୁଅ ସୁସ୍ଥ ଅଛନ୍ତି । ନୁସ୍ରତ ନିଜ ପୁଅ ନାଁ ‘ଈଶାନ’ ରଖିଛନ୍ତି । ଏହାର ଇଂରାଜୀ ବନାନରେ ସେ ପ୍ରଥମ ଅକ୍ଷର ‘ୱାଇ’ରୁ ଆରମ୍ଭ କରିଛନ୍ତି । ଏହି ନାଁ ଫିଲ୍ମ ଅଭିନେତା ୟଶ୍ ଦାସଗୁପ୍ତାଙ୍କ ନାମ ସହ ମେଳ ଖାଉଛି । 

 

ଏଠାରେ ପ୍ରଶ୍ନ ଉଠୁଛି, ୟଶ୍ କ’ଣ ଏହି ପିଲାର ବାପା? ଅନ୍ତଃସତ୍ତ୍ୱା ଥିବାବେଳେ ନୁସ୍ରତଙ୍କ ସହ ସବୁବେଳେ ୟଶ ହିଁ ଥାଆନ୍ତି । କିଛିଦିନ ପୂର୍ବେ ନୁସରତ ଏବଂ ୟଶ ପାର୍କ ଷ୍ଟ୍ରୀଟର ଏକ ବେକରୀକୁ ଯାଉଥିବାର ଦେଖିବାକୁ ମିଳିଥିଲା । ସେହିଦିନ ନୁସ୍ରତ ପ୍ରଥମ ଥର ପାଇଁ ‘ବେବି ବମ୍ପ’ରେ ସାର୍ବଜନିକ ଭାବେ ସମ୍ମୁଖକୁ ଆସିଥିଲେ ।


 ନୁସ୍ରତ ପତି ବିଶିଷ୍ଟ ବ୍ୟବସାୟୀ ନିଖିଳ ଜୈନଙ୍କ ସହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ । ନୁସ୍ରତ୍ କହିଥିଲେ, ତୁର୍କୀରେ ହୋଇଥିବା ସେମାନଙ୍କ ବିବାହ ଆଇନ ସମ୍ମତ ନଥିଲାାା ସେମାନେ ଲିଭ୍-ଇନ୍ ସଂପର୍କରେ ରହୁଥିଲେ । ଗତ ଏକ ବର୍ଷରୁ ଊର୍ଦ୍ଧ୍ୱ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବାବେଳେ ନୁସ୍ରତ୍ ଜନ୍ମ ଦେଇଥିବା ପିଲାର ବାପା ନୁହନ୍ତି ବୋଲି ନିଖିଲ ସ୍ପଷ୍ଟ କରିଥିଲେ । ଏହାପରେ ନୁସ୍ରତଙ୍କ ସନ୍ତାନର ପିତାଙ୍କୁ ନେଇ ଲଗାତାର ପ୍ରଶ୍ନ ଉଠିଥିଲା । ସୋସିଆଲ ମିଡିଆରେ ଲଗାତାର ନୁସ୍ରତଙ୍କୁ ଟ୍ରୋଲ୍ କରାଯାଉଥିଲା ।
 

Related News
satta king tw