Top Stories

Search here...

News

ଆଜିଠୁ ହାଉସ ଫୁଲରେ ଚାଲିବ ସିନେମା ହଲ; ପ୍ରବେଶ ପାଇଁ ଦରକାର ନାହିଁ ସାର୍ଟିଫିକେଟ

Posted On - 9 hours ago
Edited By Team BbsrReporters
LAST UPDATED Sep 01, 2021 10:11 PM

ସିନେମା ହଲ ଓ ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ  କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ  ।

 

BBSR Reporters

 

ଭୁବନେଶ୍ୱର(ବିବିଏସ୍ଆର୍ ରିପୋର୍ଟରସ୍): କୋହଳ କଟକଣା ସହ ଆଜି ଠୁ ପୂର୍ଣ୍ଣ କ୍ଷମତା ସହ ଖୋଲିଛି ସିନେମା ହଲ ।  ଗତକାଲି ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍ ଜାରି କରିଥିବାବେଲେ ଆଜିଠୁ ଲାଗୁ ହୋଇଛି ଏହି କଟକଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବାକୁ ସରକାର ଅନୁମତି ଦେଇଛନ୍ତି ।

ସିନେମା ହଲ୍ ଓ ମଲ୍ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇଛି । ସିଟିଂ କାପାସିଟି ଅନୁସାରେ ଦର୍ଶକ ସିନେମା ହଲକୁ ଯାଇପାରିବେ । ସିନେମା ହଲ ଓ ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ  କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ  ।  ମାସ୍କ ପରିଧାନକୁ କିନ୍ତୁ କଡାକଡି ଭାବେ ପାଳନ କରିବେ ଦର୍ଶକ । କୋଭିଡ ନିୟମ ପାଳନ ଦାୟିତ୍ୱ  ହଲ୍ ଓ ମଲ୍ ମାଲିକଙ୍କ ଉପରେ ରହିବ ।

ସୂଚନାଯୋଗ୍ୟ, ଆଜିଠୁ ଲାଗୁ ହେଉଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ।  ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି । ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍ ଆଉ ରହିବ ନାହିଁ । ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ ।

Related News
satta king tw