Top Stories

Search here...

News

ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିୟାଙ୍କର ଦେହାନ୍ତ 

Posted On - 8 hours ago
Edited By Team BbsrReporters
LAST UPDATED Sep 08, 2021 07:05 PM

ଟୁଇଟ୍ କରି ଏହି ଦୁଃଖଦାୟକ ଖବର ଦେଇଛନ୍ତି  ଅକ୍ଷୟ କୁମାର କହିଛନ୍ତି, ମୋ ଅନ୍ତଃସତ୍ତା ମଧ୍ୟରେ ମୁଁ ଅସହ୍ୟ ବେଦନା ଅନୁଭବ କରୁଛି ।

 

BBSR Reporters


ମୁମ୍ବାଇ: ଆଜି ମୁମ୍ବାଇର ‘ହୀରାନନ୍ଦାନୀ ହସ୍ପିଟାଲ୍’ରେ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିୟାଙ୍କର ଦେହାନ୍ତ ହୋଇଯାଇଛି । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ସେପ୍େଟମ୍ବର ୩ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଟୁଇଟ୍ କରି ଏହି ଦୁଃଖଦାୟକ ଖବର ଦେଇଛନ୍ତି  ଅକ୍ଷୟ କୁମାର  । 

 

ସେ ଲେଖିଛନ୍ତି, ମୋ ଅନ୍ତଃସତ୍ତା ମଧ୍ୟରେ ମୁଁ ଅସହ୍ୟ ବେଦନା ଅନୁଭବ କରୁଛି । ସେ ଥିଲେ ମୋର ପିଣ୍ଡ । ଆଜି ମୁଁ ମୋ ମୋ ଅନ୍ତଃସତ୍ତା ମଧ୍ୟରେ ଅସହ୍ୟ ବେଦନା ଅନୁଭବ କରୁଛି । ମୋ ମାଆ ଶ୍ରୀମତୀ ଅରୁଣା ଭାଟିଆ ଆଜି ସକାଳେ ଶାନ୍ତିରେ ଇହଲୋକ ତ୍ୟାଗ କରି ପରଲୋକରେ ମୋ ପିତାଙ୍କ ସହ ପୁନର୍ମିଳିତ ହେଲେ । ଏଭଳି ସମୟରେ ମୁଁ ଓ ମୋ ପରିବାର ଦୁଃଖରେ ଥାଇ ମଧ୍ୟ ଆପଣମାନଙ୍କ ପ୍ରାର୍ଥନାକୁ ସମ୍ମାନ ଜଣାଉଛି । ଓଁ ଶାନ୍ତି ।


ସୂଚନାଯୋଗ୍ୟ, ମାଆଙ୍କ ଶୁଭମନାସୀ ଥିବା ପ୍ରଶଂସକ ଏବଂ ପ୍ରିୟଜନଙ୍କୁ ସେପ୍େଟମ୍ବର ୭ ତାରିଖ ଦିନ ଅକ୍ଷୟ କୁମାର ଧନ୍ୟବାଦ ଜ୍ଞାପନ କରିଥିଲେ । ମାଆଙ୍କ ଅସୁସ୍ଥତା ଖବର ପାଇବା ପରେ ଅକ୍ଷୟ କୁମାର ଇଂଲଣ୍ଡଗସ୍ତ କାଣ୍ଟଛାଣ୍ଟ କରି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଗାମୀ ଚଳଚ୍ଚିତ୍ର ‘ସିଣ୍ଡ୍ରେଲା’ ସୁଟିଙ୍ଗ୍ ନିମନ୍ତେ ଅକ୍ଷୟ କୁମାର ବ୍ୟସ୍ତତା ମଧ୍ୟରେ ଅଛନ୍ତି । ଏହି ଦୁଃଖଦାୟକ ସମ୍ବାଦ ପାଇବା ପରେ ଅକ୍ଷୟ କୁମାରଙ୍କ ପ୍ରଶଂସକ ଏବଂ ଚଳଚ୍ଚିତ୍ର ଶିଳ୍ପର ସହକର୍ମୀମାନେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
 

Related News
satta king tw