Top Stories

Search here...

News

ସିଣ୍ଡ୍ରେଲା’ର ସୁଟିଂରେ  ପୁଣି ଫେରିଲେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର  l

Posted On - 9 minutes ago
Edited By Team BbsrReporters
LAST UPDATED Sep 11, 2021 02:01 PM

ମା'ଙ୍କ ଦେହାନ୍ତର  ଦୁଇ ଦିନ ପରେ ସୁଟିଂ କୁ ଫେରିଲେ  ବିଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର

 

BBSR Reporters

 

ମୁମ୍ବାଇ: ମା’ଙ୍କ ଅସୁସ୍ଥତା ଖବର ପାଇ ଲଣ୍ଡନ୍‌ରେ ଫିଲ୍ମ ‘ସିଣ୍ଡ୍ରେଲା’ର ସୁଟିଂରେ ବ୍ୟସ୍ତ ଥିବା ଅକ୍ଷୟ କୁମାର ଭାରତ ଫେରିଥିଲେ। ମାତ୍ର ଗତ ୮ ତାରିଖରେ ମା’ ଅରୁଣା ଭାଟିଆଙ୍କ ମୃତ୍ୟୁ ନେଇ ନିଜେ ଅକ୍ଷୟ କୁମାର ସୋଶାଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଥିଲେ।

ମା’ଙ୍କ ମୃତ୍ୟୁର ୨ ଦିନ ପରେ କାମକୁ ଫେରିଲେ ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆ ଗତ ୮ ତାରିଖରେ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଖି ବୁଜିଥିଲେ।   ଅଚାନକ ମା’ଙ୍କ ମୃତ୍ୟୁରେ ଖୁବ୍‌ ଭାଙ୍ଗି ପଡ଼ିଥିଲେ ଅକ୍ଷୟ କୁମାର।

ଅକ୍ଷୟ ନିଜ ସୋଶାଲ୍ ମିଡିଆ ପୋଷ୍ଟରେ ଲେଖିଥିଲେ, ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଆଜି ଅସହନୀୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମୋ ମା’ ଦୁନିଆକୁ ଅଲବିଦା କହିଦେଲେ। ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ ।

ହେଲେ ନିଜ କାମକୁ ସବୁବେଳେ ପ୍ରାଥମିକତା ଦେଉଥିବା ଅକ୍ଷୟ କୁମାର ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ଅକ୍ଷୟ କୁମାର ସପରିବାର ଶୁଟିଂ ପାଇଁ ଲଣ୍ଡନ ଯାଇଛନ୍ତି। ତାଙ୍କ ସହ ପତ୍ନୀ ଟ୍ୱିଙ୍କିଲ, ପୁଅ ଆରବ ଓ ଝିଆ ନିତାରାଙ୍କୁ ବି ଦେଖିବାକୁ ମିଳିଥିଲା। ଗତକାଲି ସକାଳେ ଅକ୍ଷୟ ସପରିବାର ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ମାତ୍ର ଖୁବ୍‌ ଉଦାସ ଥିବା ଅକ୍ଷୟ ନିଜ ଦୁଃଖ ଲୁଚାଇବାକୁ  ଚେଷ୍ଟା କରୁଥିଲେ ।

Related News
satta king tw