Top Stories

Search here...

News

‘ଯୋଦ୍ଧା ଆକବର’ରେ ଅଭିନୟ କରିଥିବା ଅଭିନେତ୍ରୀ ମନୀଷା ଯାଦବଙ୍କ ପରଲୋକ 

Posted On - 2 minutes ago
Edited By Team BbsrReporters
LAST UPDATED Oct 03, 2021 08:58 AM

ମନୀଷା ହଠାତ୍ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ପରେ ତାଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିବା ଜଣାପଡ଼ିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା ।

 

BBSR Reporters


ମୁମ୍ବାଇ: ଟିଭି ଧାରାବାହିକ ‘ଯୋଦ୍ଧା ଆକବର’ରେ ସଲିମା ବେଗମ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ ହୋଇଯାଇଛି । ଶୁକ୍ରବାର ବ୍ରେନ୍ ହାମ୍ରେଜ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିôବା ସୂଚନା ମିଳିଛି ।  ତାଙ୍କ କୋ-ଷ୍ଟାର ତଥା ଏହି ଧାରାବାହିକରେ ଲିଡ୍ ରୋଲ୍ରେ ଅଭିନୟ କରିଥିବା ପରିଧି ଶର୍ମା ଏସମ୍ପର୍କରେ ସୂଚନା ଦେଇଛନ୍ତିି । 

ସୂଚନା ଅନୁଯାୟୀ, ମନୀଷା ହଠାତ୍ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ପରେ ତାଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିବା ଜଣାପଡ଼ିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା । ମନୀଷାଙ୍କର ଏକ ପୁତ୍ର ସନ୍ତାନ ଅଛି । ଗତ ଜୁଲାଇରେ ତାକୁ ଏକ ବର୍ଷ ପୂରିଛି । ପୁଅର ପ୍ରଥମ ଜନ୍ମଦିନରେ ମନୀଷା ଖୁବ୍ ଖୁସି ଥିଲେ । ସେ ସୋଶାଲ୍ ମିଡିଆରେ ପୁଅର ଫଟୋ ମଧ୍ୟ ପୋଷ୍ଟ୍ କରିଥିଲେ ।
 

Related News
satta king tw