Top Stories

Search here...

News

ସାନିଟାରୀ ପ୍ୟାଡ୍‌ ଭିତରେ ହଉଥିଲା ଡ୍ରଗ୍ସ କାରବାର 

Posted On - 2 weeks ago
Edited By Team BbsrReporters
LAST UPDATED Oct 21, 2021 02:18 AM

ସାନିଟାରୀ ପ୍ୟାଡ୍‌ ଭିତରେ ଡ୍ରଗ୍ସକୁ ଲୁଚାଇ ଜାହାଜ ଉପରକୁ ନେଇଥିବା କଥା ଜଣାପଡିଛି।

 

BBSR Reporters

 

ମୁମ୍ବାଇ: ମୁମ୍ବାଇରେ ହୋଇଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଅଭିଯୁକ୍ତମାନେ ଜାହାଜ ଉପରକୁ କିଭଳି ନେଇଥିଲେ ଡ୍ରଗ୍ସ? କିଏ କେଉଁ  ଉପାୟରେ ଡ୍ରଗ୍ସ ନେଇଥିଲେ? କିପରି ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି ତେବେ ଏମାନଙ୍କୁ ମଧ୍ୟରୁ କେଉଁ କେଉଁମାନେ ଡ୍ରଗ୍ସ କାରବାର କରିଥିଲେ ଆସନ୍ତୁ ଜାଣିବା।



ସାନିଟାରୀ ପ୍ୟାଡ୍‌ ଭିତରେ ଡ୍ରଗ୍ସକୁ ଲୁଚାଇ ଜାହାଜ ଉପରକୁ ନେଇଥିବା କଥା ଜଣାପଡିଛି। ମୁମ୍ବାଇ ରେଭ ପାର୍ଟି ମାମଲରେ ଏହି ୯ ଜଣଙ୍କ ସମେତ ବର୍ତ୍ତମାନ ଯାଏଁ ମୋଟ ୧୧ ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ସମସ୍ତଙ୍କୁ ଡ୍ରଗ୍ସ କାରବାର ନେଇ ପଚରାଉଚରା ଜାରି ରଖିଛି ଏନ୍‌ସିବି।

 

ମୁନ୍‌ମୁନ୍‌ ଧମେଚା: ଗିରଫ ହୋଇଥିବା ମୁନ୍‌ମୁନ୍‌ଙ୍କ ପେସାରେ ଜଣେ ମଡେଲ।  ମୁନ୍‌ମୁନ୍‌ ଧମେଚା ମଧ୍ୟପ୍ରଦେଶ ସାଗର ଜିଲ୍ଲା ତହସିଲ ବାସିନ୍ଦା କିନ୍ତୁ ସେ ଦିଲ୍ଲୀରେ ରୁହନ୍ତି। ସେ ଗତ ୬ ବର୍ଷ ତଳେ ଦିଲ୍ଲୀ ଆସିଥିଲେ। ଇନଷ୍ଟାଗ୍ରାମରେ ମୁନ୍‌ମୁନ୍‌ଙ୍କ ପ୍ରାୟ 10.2k ଫଲୋଅର୍ସ ଅଛନ୍ତି। ସେପ୍ଟେମ୍ବର ୨୨ରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ। ସେଥିରେ ସେ ବଲିଉଡ୍‌ର ସେଲିବ୍ରେଟିମାନେ ତାଙ୍କୁ ଫଲୋ କରିବା ପାଇଁ ଅନୁରୋଧ କରିଥିଲେ।

 

ନୁପୂର ସାରିକା: ରେଭ୍‌ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଶାହାରୁଖ ଖାନ୍‌ଙ୍କ ପୁଅ ସମେତ ନୁପୂର ସାରିକା ମଧ୍ୟ ଗିରଫ ହୋଇଛନ୍ତି। ନୁପୂର ଦିଲ୍ଲୀର ଏକ ସ୍କୁଲରେ ଛୋଟ ଛୁଆଙ୍କୁ ପାଠ ପଢ଼ାନ୍ତି। ସେ ପ୍ରାଇମେରୀ ସ୍କୁଲ ଶିକ୍ଷୟତ୍ରୀ ଭାବେ କାମ କରନ୍ତି। ନୁପୂରଙ୍କୁ ଆଉ ଜଣେ ଅଭିଯୁକ୍ତ ମୋହକ ଜସୱାଲ୍ ଡ୍ରଗ୍ସ ଦେଇଥିଲେ। ତେବେ ଉକ୍ତ ଡ୍ରଗ୍ସକୁ ନୁପୂର ସାନିଟାରୀ ପ୍ୟାଡ୍‌ ଭିତରେ ଲୁଚାଇ ରେଭ୍‌ ପାର୍ଟିରେ ପହଞ୍ଚିଥିଲେ। ଏନ୍‌ସିବି ଯାଞ୍ଚ ବେଳେ ତାଙ୍କ ଠାରୁ ଏହି ଡ୍ରଗ୍ସ ଜବତ ହୋଇଛି।

ଶ୍ରେୟସ ନାୟର: ଶ୍ରେୟସ ନାୟର ମୁମ୍ବାଇ ଗୋରେଗାଓଁ ଅଞ୍ଚଳରେ ରୁହେ। ରେଭ୍‌ ପାର୍ଟିରେ ଭିନ୍ନ ଭିନ୍ନ ଗ୍ରୁପର ଲୋକ ପାର୍ଟି କରୁଥିଲେ। ସେଥିମଧ୍ୟରୁ ଗୋଟିଏ ଗ୍ରୁପକୁ ଶ୍ରେୟସ ଡ୍ରଗ୍ସ ସପ୍ଲାଏ କରିଥିଲେ। ଶ୍ରେୟସ ଏହି ପାର୍ଟିର ଇଭେଣ୍ଟ ମ୍ୟାନେଜର୍ସଙ୍କ ମଧ୍ୟରୁ ଜଣେ। ସେପଟେ ଗିରଫ ହୋଇଥିବା ଶାହାରୁଖ ଖାନ୍‌ଙ୍କ ପୁଅ ନିକଟରୁ କିନ୍ତୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ।

 

ମୋହକ ଜସୱାଲ: ମୋହକ ଜସୱାଲ ମଧ୍ୟ ଦିଲ୍ଲୀରେ ରୁହନ୍ତି। ପେସାରେ ସେ ଜଣେ ଆଇଟି ପ୍ରଫେସନାଲ। ମୋହକ ମୁମ୍ବାଇରେ ହିଁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ଡ୍ରଗ୍ସ କିଣିଥିଲେ। ପରେ ସେ ଏହି ଡ୍ରଗ୍ସକୁ ନୁପୂରଙ୍କୁ ଦେଇଥିଲେ।

 

ଗୋମିତ ଚୋପ୍ରା: ଗୋମିତ ଚୋପ୍ରା ଦିଲ୍ଲୀର ଜଣେ ବଡ ଫ୍ୟାଶନ ମେକଅପ୍‌ ଆର୍ଟିଷ୍ଟ ରୂପେ ଜଣାଶୁଣା। ଦିଲ୍ଲୀର ବଡ଼ ବଡ଼ ସେଲେବ୍ରିଟି ତାଙ୍କୁ ହିଁ ମେକ୍‌ଅପ୍‌ ପାଇଁ ଡାକନ୍ତି। ଗୋମିତ ଏହି ରେଭ୍‌ ପାର୍ଟିରେ ଆଇ ଲେନ୍ସ ଡବା ଭିତରେ ଡ୍ରଗ୍ସ ଲୁଚାଇ ସାମିଲ ହୋଇଥିଲେ। ଏନ୍‌ସିବି ଗୋମିତଙ୍କ ନିକଟରୁ ୪ଟି ଏମ୍‌ଡିଏମ୍‌ଏ ପିଲ୍‌ ଏବଂ କିଛି କୋକିନ୍‌ ଜବତ କରିଛି।

 

ବିକ୍ରାନ୍ତ ଚୋକର: ସେହିପରି ବିକ୍ରାନ୍ତ ଚୋକର ମଧ୍ୟ ଦିଲ୍ଲୀରେ ରୁହନ୍ତି। କୁହାଯାଉଛି ଯେ, ବିକ୍ରାନ୍ତ ଡ୍ରଗ୍ସ ଆଡିକ୍ଟେଡ୍‌। ସେ ପ୍ରାୟତଃ ମନାଲା କ୍ରିମ୍ ଏବଂ ଗୋଆ ଯାଇ ଡ୍ରଗ୍ସ ସେବନ କରେ। ଏନ୍‌ସିବି ବିକ୍ରାନ୍ତଙ୍କ ପାଖରୁ ୫ ଗ୍ରାମ ମେଫେଡ୍ରୋନ୍‌, ୧୦ ଗ୍ରାମ କୋକିନ୍‌ ଜବତ କରିଛି।

 

ଇସ୍ମିତ ସିଂହ: ଇସ୍ମିତ ସିଂହ ମଧ୍ୟ ଦିଲ୍ଲୀରେ ରୁହନ୍ତି। ଦିଲ୍ଲୀରେ ତାଙ୍କର ବଡ଼ ବଡ଼ ହୋଟେଲ ଅଛି। ଇସ୍ମିତ ପାର୍ଟିରେ ରୁଚି ରଖନ୍ତି। ରେଭ୍‌ ପାର୍ଟିରେ ଧରାପଡ଼ିବା ପରେ ଏନ୍‌ସିବି ତାଙ୍କ ନିକଟରୁ ୧୪ଟି ଏମ୍‌ଡିଏମ୍‌ଏ ଡ୍ରଗ୍ସ ଟାବଲେଟ୍‌ ଜବତ କରିଥିଲା।

 

ଅରବାଜ ମର୍ଚ୍ଚେଣ୍ଟ: ସେହିପରି ଅରବାଜ ମର୍ଚ୍ଚାଣ୍ଟ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସ୍କୁଲ ସାଙ୍ଗ। ଦୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ଏକାଠି ପାର୍ଟି କରିଛନ୍ତି। ଏନ୍‌ସିବି ଅରବାଜଙ୍କ ଫୋନ୍‌ରୁ ବଡ଼ ବଡ଼ ସେଲେବ୍ରିଟୀଙ୍କ ଝିଅଙ୍କ ସହ ତା’ର ଲିଙ୍କ ଥିବା ଖବର ହାସଲ କରିଛି। ଅରବାଜ ନିକଟରୁ ୬ ଗ୍ରାମ ଚରସ ମଧ୍ୟ ଏନ୍‌ସିବିକୁ ମିଳିଛି।

Related News
satta king tw