Top Stories

Search here...

News

ଅଲଗା ହେଲେ ସାଉଥର ସୁପରଷ୍ଟାର ଯୋଡି ସମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ

Posted On - 2 weeks ago
Edited By Team BbsrReporters
LAST UPDATED Oct 22, 2021 05:25 AM

୪ ବର୍ଷ ଏକାଠୀ ରହିବା ପରେ ବିଚ୍ଛେଦ ହୋଉଥିବା ନେଇ ସମନ୍ଥା ଏବଂ ନାଗା ଚୈତନ୍ୟ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି ।

 

BBSR Reporters


ହାଇଦ୍ରାବାଦ: ଦୀର୍ଘ ଦିନର ସମ୍ପର୍କରେ ବିଚ୍ଛେଦ । ଅଲଗା ହେଲେ ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ । ୪ ବର୍ଷ ଏକାଠୀ ରହିବା ପରେ ବିଚ୍ଛେଦ ହୋଉଥିବା ନେଇ ସମନ୍ଥା ଏବଂ ନାଗା ଚୈତନ୍ୟ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି । ଦୁହିଁଙ୍କ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି କହିଛନ୍ତି । 

 

ସମନ୍ଥା ଲେଖିଛନ୍ତି,  ଆମେ ସ୍ୱାମୀ-ସ୍ତ୍ରୀ ରୂପେ ନିଜ ସମ୍ପର୍କକୁ ବେଶ୍ ଭାବି ଚିନ୍ତି ବେଚ୍ଛଦ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ବେଶ୍ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍ ଭିନ୍ନ । ଆମେ ପରସ୍ପର ଅଲଗା ହେବା ପରେ ମଧ୍ୟ ଭଲ ବନ୍ଧୁ ହୋଇ ସର୍ବଦା ରହିବୁ ବୋଲି ସେ କହିଛନ୍ତି ।

 

ଏଭଳି ଅସୁବିଧା ଦମୟରେ ଆମର ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ପ୍ରାଇଭେସି ଦେବା ଲାଗି ଆମେ ଆମ ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରୁଛୁ । ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାନ ବୋଲି ସମନ୍ଥା ନିଜ ପୋଷ୍ଟରେ ଲେଖିଛନ୍ତି ।

 

ସୂଚନା ମୁତାବକ କିଛି ଦିନ ତଳେ ସମନ୍ଥା ସୋଶାଲ ମିଡିଆରେ ନିଜ ସରନେମ୍ ବା ଉପନାମ ବଦଳାଇ ଦେଇଥିଲେ । ଏହାକୁ ଦେଖି ନାଗା ଚୈତନ୍ୟ ଏବଂ ତାଙ୍କ ଭିତରେ କିଛି ଠିକ୍ ନଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ସେ ନାଗା ଚୈତନ୍ୟଙ୍କ ଅପ୍କମିଂ ଫିଲ୍ମର ଟ୍ରେଲରକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଥିବା ନେଇ କୁହାଯାଉଥିଲା । କିନ୍ତୁ ଏବେ ଉଭୟଙ୍କ ଛାଡପତ୍ର ଖବର ଏବେ ତାଙ୍କ ଫ୍ୟାନ୍ମାନଙ୍କୁ ଚକିତ କରିଦେଇଛି ।

 

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପନôୀ ସାମନ୍ତା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍ କରୁଥିଲେ । ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍ ରାଜକୀୟ ଠାଣିରେ ଗୋଆରେ ବିବାହ କରିଥିଲେ ।
 

Related News
satta king tw