Top Stories

Search here...

News

ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଖାରଜ; ବନ୍ଧୁଙ୍କ ସହ ଜେଲରେ ରହିବେ ଆର୍ଯ୍ୟନ

Posted On - 1 month ago
Edited By Prabir Kumar
LAST UPDATED Dec 04, 2021 11:52 AM

 ରାୟ ପରେ ଏନ୍ସିବି ଜୋନାଲ ନିଦେ୍ର୍ଧଶକ ସମୀର ୱାଙ୍ଖଡେ଼ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଥିବା ବେଳେ କେବଳ ‘ସତ୍ୟମେବ ଜୟତେ’ ବୋଲି କହିଛନ୍ତି  ।

 

BBSR Reporters


ମୁମ୍ବାଇ: ମୁମ୍ବାଇ ଡ୍ରଗସ୍ କାରବାରରେ ଗିରଫ ହୋଇ ଜେଲରେ ଥିବା ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କର ଆଜି ପୁଣି ଜାମିନ ଖାରଜ ହୋଇଯାଇଛି । ଆର୍ଯ୍ୟନ୍ ସମେତ ତାଙ୍କ ବାନ୍ଧବୀ ମୁନ୍ ମୁନ୍ ଧମେଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କ ଜାମିନ ମଧ୍ୟ ଖାରଜ ହୋଇଯାଇଛି । ତେବେ କୋର୍ଟଙ୍କ ରାୟ ପରେ ଏନ୍ସିବି ଜୋନାଲ ନିଦେ୍ର୍ଧଶକ ସମୀର ୱାଙ୍ଖଡେ଼ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଥିବା ବେଳେ କେବଳ ‘ସତ୍ୟମେବ ଜୟତେ’ ବୋଲି କହିଛନ୍ତି  ।

 

 ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ବୁଧବାର ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଏବଂ ମୁନ୍ମୁନ୍ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ପ୍ରତ୍ୟାଖ୍ୟାନ ହୋଇଛି । ଆଜି ଶୁଣାଣି ବେଳେ ବରିଷ୍ଠ ଆଡଭୋକେଟ ଅମିତ ଦେଶାଇଙ୍କ ସହ ଆଡଭୋକେଟ ସତୀଶ ମନସିନେ୍ଧ ଆର୍ଯ୍ୟ ଖାନ୍ଙ୍କ ପକ୍ଷରୁ ଦସ୍ତାବେଜ୍ ଉପସ୍ଥାପନ କରିଥିଲେ । 

 

ଆର୍ଯ୍ୟନ୍ଙ୍କ ସମେତ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଆବେଦନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବିରୋଧ କରିଥିଲା । ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଡ୍ରଗସ୍ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ରାକଯାଇଛି । ଏହାପୂର୍ବରୁ ଆର୍ଯ୍ୟନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନ୍ମୁନ୍ ଧମେଚାଙ୍କ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ନାମଞ୍ଜୁର କରିଥିଲେ । ପରେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ବେଲ ପିଟିସନ୍ ଦାୟର କରାଯାଥିଲା । 

 

ଗତ ଅକ୍ଟୋବର ୨ରେ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ଜବତ ହେବା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଥିଲା । ବର୍ତ୍ତମାନ ଅଭିଯୁକ୍ତମାନେ ଆର୍ଥର ରୋଡ ଜେଲରେ ଅଛନ୍ତି । 
 

Related News
satta king tw