Top Stories

Search here...

News

ବିବାହ କଲେ ବଲିଉଡ ଯୋଡି ରାଜକୁମାର-ପତ୍ରଲେଖା; ଦେଖନ୍ତୁ ଫଟୋ

Posted On - 2 minutes ago
Edited By Prabir Kumar
LAST UPDATED Nov 16, 2021 06:50 PM

ବିଜ୍ଞାପନରେ ଦେଖିବା ପରେ ପତ୍ରଲେଖାଙ୍କୁ ବିବାହ କରିବା ପାଇଁ ରାଜକୁମାର ମନେ ମନେ ଭାବିସାରିଥିଲେ ବୋଲି ସେ କହିଛନ୍ତି ।

 

BBSR Reporters

 

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ପରିଚିତ ଯୋଡ଼ି ରାଜକୁମାର-ପତ୍ରଲେଖା । ଗତକାଲି ଚଣ୍ଡିଗଡ଼ରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ପତ୍ରଲେଖାଙ୍କ ହାତ ଧରିଛନ୍ତି ଅଭିନେତା ରାଜକୁମାର ରାଓ ।

 


ଦୁହିଁଙ୍କ ବିବାହ ସମୟର କିଛି ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ପତ୍ରଲେଖା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଛି । ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । 
ସୂଚନାଯୋଗ୍ୟ, ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ସିଟି ଲାଇଟସରେ ଦୁହେଁ ଅଭିନୟ କରିଥିବା ବେଳେ ଏହି ଫିଲ୍ମ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଳା ।

 

ତେବେ ପତ୍ରଲେଖା ପ୍ରଥମେ ରାଜକୁମାରଙ୍କୁ ଲଭ, ସେକ୍ସ ଓର ଧୋକା ଚଳଚିତ୍ରରେ ଦେଖିଥିଲେ । ସେହିପରି ରାଜକୁମାର ପତ୍ରଲେଖାଙ୍କୁ ଏକ ବିଜ୍ଞାପନରେ ଦେଖିଥିଲେ । ବିଜ୍ଞାପନରେ ଦେଖିବା ପରେ ପତ୍ରଲେଖାଙ୍କୁ ବିବାହ କରିବା ପାଇଁ ରାଜକୁମାର ମନେ ମନେ ଭାବିସାରିଥିଲେ ବୋଲି ସେ କହିଛନ୍ତି ।


 

Related News
satta king tw