Top Stories

Search here...

News

ରସଗୋଲା କାହାର ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାରେ ସ୍ଥିତିପଦ୍ମା ଦାସ

Posted On - 2 hours ago
Edited By Prabir Kumar
LAST UPDATED Oct 26, 2021 11:55 PM

ମୁମ୍ବାଇର ସୁପ୍ରସିଦ୍ଧ ସଙ୍ଗୀତ ରିଆଲିଟି ଶୋ’ ‘ସାରେଗାମାପା’ରେ ହଠାତ ଏହି ପ୍ରଶ୍ନ ଆସିଥିଲା, ହେଲେ ସେହି ପ୍ରଶ୍ନର ଉତ୍ତର ଦେଇ ସାରା ଦେଶକୁ ରସଗୋଲାର ସ୍ୱାଦ ଓ ସତ୍ୟରେ ଭରିଦେଇଥିଲେ ଜଣେ ଓଡ଼ିଆ ଝିଅ  ।

 

BBSR Reporters


ଭୁବନେଶ୍ୱର: ଓଡ଼ିଶାରୁ ସୃଷ୍ଟି ହୋଇ ସାରା ଭାରତରେ ଓ ବିଦେଶରେ ନିଜ ଅତୁଳନୀୟ ସ୍ୱାଦ ଯୋଗୁଁ ପ୍ରସିଦ୍ଧି ଲାଭ କରିଥିବା ମିଷ୍ଟାନ୍ନ ରସଗୋଲାର ଉତ୍ସକୁ ପୁଣି ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇର ସୁପ୍ରସିଦ୍ଧ ସଙ୍ଗୀତ ରିଆଲିଟି ଶୋ’ ‘ସାରେଗାମାପା’ରେ ହଠାତ ଏହି ପ୍ରଶ୍ନ ଆସିଥିଲା, ହେଲେ ସେହି ପ୍ରଶ୍ନର ଉତ୍ତର ଦେଇ ସାରା ଦେଶକୁ ରସଗୋଲାର ସ୍ୱାଦ ଓ ସତ୍ୟରେ ଭରିଦେଇଛନ୍ତି ଜଣେ ଓଡ଼ିଆ ଝିଅ  ।

 

‘ସାରେଗାମାପା’ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇଥିବା କଟକର ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସ୍ଥିତିପଦ୍ମା ଦାସଙ୍କୁ ରସଗୋଲା କେଉଁଠିକାର ବୋଲି ପ୍ରଶ୍ନଟିଆ ପଚରାଯାଇଥିଲା  । ଗୀତ ଗାଇବାକୁ ମଞ୍ଚ ଉପରକୁ ଆସିଥିବା ସ୍ଥିତିପଦ୍ମା ସେହି ପ୍ରଶ୍ନ ଶୁଣି ଚକିତ ହୋଇଥିଲେ  । ମାତ୍ର ସେ ସୁନ୍ଦର ଭାବରେ ଏହାର ଉତ୍ତର ଦେଇଥିଲେ  ।


ଯେତେବେଳେ ସ୍ଥିତିପଦ୍ମା ଦାସ  ମଞ୍ଚକୁ ହାତରେ ମାଇକ୍ରୋଫୋନ୍ ଧରି ଆସିଲେ ଓ କହିଲେ, ‘‘ମୈଁ କଟକ୍ ଓଡ଼ିଶା ସେ ଆଈ ହୁଁ,’’  ‘‘ସାର, ମୁଁ ଏହି କଥାକୁ ଆଗକୁ ବଢେ଼ଇବାକୁ ଚାହିଁବି, କିନ୍ତୁ...’’ ଇଂରାଜୀରେ ଉତ୍ତର ଦେବା ଆରମ୍ଭ କଲେ ସ୍ଥିତିପଦ୍ମା, କିନ୍ତୁ ତା’ ପରେ ଓଡ଼ିଆରେ ସେହି ପ୍ରସିଦ୍ଧ ବାକ୍ୟ କହି ସମସ୍ତଙ୍କ ମୁହଁ ବନ୍ଦ୍ କରେଇଦେଲେ  । ହାତକୁ ଛାତିରେ ଲଗେଇ ସେ କହିଲେ, ‘‘ଜୟ ଜଗନ୍ନାଥ, ରସଗୋଲା ଆମର  ।’’ ତା’ ପରେ ସଙ୍ଗେ ସଙ୍ଗେ ସେ ବାମ ହାତ ହଲେଇ ପବନକୁ ଥରେ କାଟି କହିଲେ, ‘‘ନୋ ଡିସକସନ୍’’  । ଅର୍ଥାତ୍ ଏହି ବିବାଦ ଉପରେ ଆଉ ଆଲୋଚନା ଅନାବଶ୍ୟକ  । ତିନି ଜଣ ଯାକ ଜଜ୍ ଚୁପ୍ ହୋଇଗଲେ  । ଏହି ଉତ୍ତର ଶୁଣି ଦର୍ଶକମାନେ ବି କରତାଳିରେ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରକମ୍ପିତ କଲେ  ।

 

ଏହା ପରେ ହିମେଶ ରେଶମିଆ ପଚାରିଥିଲେ, ‘ବାକି ବେଙ୍ଗଲର ଲୋକେ ଯେ କହନ୍ତି ରସଗୋଲା ତାଙ୍କର ବୋଲି...ସେଇଠୁ ସ୍ଥିତିପଦ୍ମା ସ୍ଥିତିକୁ ଟିକେ ସ୍ପଷ୍ଟ କରିଦେଲେ  । ସେ କହିଲେ, ‘‘ସର୍ର, ଆର୍ଗ୍ୟୁମେଣ୍ଟ୍ କରେଙ୍ଗେ ତୋ କରନେ ଦିଜିୟେ  । ହସଲୋଗ୍ ଓହୀଁ ପେ ଖତମ୍ କରଦେତେ ହେଁ... ଜୟ ଜଗନ୍ନାଥ, ରସଗୋଲା ଆମର  ।’’ 


‘‘ସାର, ରସୋଗୋଲା ତାଙ୍କର ହେଇଥିବ, କିନ୍ତୁ ରସଗୋଲା ଆମର,’’ ଶେଷରେ କହିଥିଲେ ସ୍ଥିତିପଦ୍ମା  । ତାଙ୍କର ସେହି ଉତ୍ତରର ଭିଡିଓ ସାରା ଓଡ଼ିଶାରେ ଭାଇରାଲ୍ ହେଉଛି ଯାହାକୁ ନେଇ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି  ।

 

‘‘ରସଗୋଲା ବେଙ୍ଗଲ୍ କା ହୈ ୟା ଓଡ଼ିଶା କା?’’ ପଚାରିଥିଲେ ହିମେଶ ରେଶମିଆ  । ଜଣେ ପରେ ଜଣେ ସମସ୍ତେ ଉତ୍ତର ଦେଇଥିଲେ ‘‘ବେଙ୍ଗଲ୍ କା ହୈ  ।’’ ଜଣେ ପ୍ରତିଯୋଗୀ ତ କହିଥିଲେ, ‘‘ଅଫ୍ କୋର୍ସ କୋଲକାତା କା ହୈ, ଜରୁର କୌଲକାତା କା ହୈ  ।’’ ହିମେଶ ରେଶମିଆଙ୍କ ସମେତ ବାକି ଦୁଇ ଜଣ ଜଜ୍ – ବିଶାଲ ଡଡଲାନି (ଠସଗ୍ଦଷବକ୍ଷ ଊବୟକ୍ଷବଦ୍ଭସ) ଓ ଶଙ୍କର ମହାଦେବନ୍ (ଝଷବଦ୍ଭଳବକ୍ସ ଗବଷବୟରଙ୍ଖବଦ୍ଭ) – ସେହି ଉତ୍ତର ଶୁଣିଆସୁଥିଲେ  ।


 

Related News
satta king tw