Top Stories

Search here...

News

ଆରୟନଙ୍କ ପାଇଁ ଗଞ୍ଜେଇ ଯୋଗାଡ଼ କରିବାକୁ ନେଇ ଏପରି କହିଲେ ଅନନ୍ୟା ପାଣ୍ଡେ

Posted On - 6 minutes ago
Edited By Team BbsrReporters
LAST UPDATED Oct 22, 2021 08:30 PM

କେଉଁଠୁ ଗଞ୍ଜେଇ ଯୋଗାଡ଼ କରି ହେବ କି, ବୋଲି ଆରୟନ୍ ପଚାରିଥିଲେ । ମୁଁ ଯୋଗାଡ଼ କରିଦେବି ବୋଲି ଅନ୍ୟନ୍ୟା ଉତ୍ତର ଦେଇଥିଲେ ।

 

BBSR Reporters


ମୁମ୍ବାଇ: ଡ୍ରଗ୍ସ ମାମଲରେ ଗିରଫ ହୋଇଥିବା ଆରୟନଙ୍କ ସହ ନିଶା କାରବାରରେ ସମ୍ପୃକ୍ତି ନେଇ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଜେରା କରୁଛି । ଗତକାଲି ଜେରା କରିଥିବା ବେଳ ଆଜି ଦ୍ୱିତୀୟ ଦିନରେ ଏନସିବି ପଚରାଉଚରା ବେଳେ କିଛି ନୂଆ ତଥ୍ୟ ପାଇଛି ଏନସିବି । ପଚରାଉଚରା ବେଳେ ଆରୟନଙ୍କ ପାଇଁ ଗଞ୍ଜେଇ ଯୋଗାଡ଼ କରିବା ପାଇଁ ମଜାରେ କହିଥିଲେ ବୋଲି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ  ।

 

‘ଏନସିବି’ ଉଦ୍ଧାର କରି ଥିବା  ହ୍ୱାଟସପ୍ ଚ୍ୟାଟ୍ ମେସେଜରେ ଅନନ୍ୟା ପାଣ୍ଡେ ଏବଂ ଆରୟନନ୍ ଖାନ୍ ଗଞ୍ଜେଇ କିଣିବା କଥା ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ଆରର୍ୟନ୍ ଅନନ୍ୟାଙ୍କୁ ଗଞ୍ଜେଇ କଥା କହିଥିଲେ । କେଉଁଠୁ ଗଞ୍ଜେଇ ଯୋଗାଡ଼ କରି ହେବ କି, ବୋଲି ଆରୟନ୍ ପଚାରିଥିଲେ । ମୁଁ ଯୋଗାଡ଼ କରିଦେବି ବୋଲି ଅନ୍ୟନ୍ୟା ଉତ୍ତର ଦେଇଥିଲେ ।

 

ଗୁରୁବାର ଦିନ ପଚରାଉଚରା ବେଳେ ‘ଏନ୍ସିବି’ ଅନନ୍ୟା ପାଣ୍ଡେଙ୍କୁ ଏହି ‘ଚ୍ୟାଟ୍’ ଦେଖାଇବାରୁ ସେ କହିଲେ, ମୁଁ ମଜା କରୁଥିଲି । ସୂଚନାଯୋଗ୍ୟ, ଏହି ‘ଚ୍ୟାଟ୍’ ଯୋଗୁଁ ହିଁ ‘ଏନସିବି’ ଅନନ୍ୟାଙ୍କୁ ସମନ୍ ଜାରି କରିଥିଲା । ଗୁରୁବାର ଏନ୍ସିବି ଅଧିକାରୀ ମୁମ୍ବାଇସ୍ଥିତ ଅନନ୍ୟା ପାଣ୍ଡେ ଏବଂ ଚଙ୍କି ପାଣ୍ଡେଙ୍କ ଘରେ ପହଞ୍ଚି ପଚରାଉଚରା ପାଇଁ ଡାକିଥିଲେ । ସନ୍ଧ୍ୟାବେଳେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ତଦନ୍ତ ଚାଲିଥିଲା । କିନ୍ତୁ, ଆର୍ୟନ୍ଙ୍କ ପାଇଁ ଅନନ୍ୟା ଗଞ୍ଜେଇ ଯୋଗାଡ଼ କରିଥିବାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ ।

 

Related News
satta king tw