Top Stories

Search here...

News

 ଘୁଞ୍ଚିଲା ଶୁଣାଣି; ୨୦ ତାରିଖ ଯାଏ ଜେଲରେ ରହିବେ ଆର୍ଯ୍ୟନ୍ ଖାନ୍

Posted On - 4 minutes ago
Edited By Team BbsrReporters
LAST UPDATED Oct 14, 2021 07:04 PM

ଆର୍ଯ୍ୟନ୍ ଖାନ୍ ସମ୍ପର୍କ ଇଣ୍ଟରନ୍ୟାଶନାଲ ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ଏନସିବି କହୁଥିଲେ ହେଁ ଏ ସମ୍ପର୍କରେ ଏଯାଏ ପ୍ରମାଣ ମିଳିନି ବୋଲି ଆର୍ଯ୍ୟନ୍ଙ୍କ ଓକିଲ କହିଥିଲେ । 

 

BBSR Reporters

 

ମୁମ୍ବାଇ: ଡ୍ରଗସ୍ କାରବାର ମାମଲାରେ ଗିରଫ ଅଭିଯୁକ୍ତ ଆର୍ଯ୍ୟନ୍ ଖାନ୍ ଜାମିନ ଆବେଦନ ଶୁଣାଣି ତାରିଖ ପୁଣି ଘୁଞ୍ଚିଛି । ଆସନ୍ତା ୨୦ ତାରିଖରେ ପରବର୍ତ୍ତି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନ୍ ଖାନ୍ ଜେଲରେ ରହିବେ  । ଆଜି ମୁମ୍ବାଇ ସେସନ୍ କୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା । ବିଚାରପତି ଭି.ଭି. ପାଟିଲ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ଦଶହରା ପରେ ଅକ୍ଟୋବର ୨୦ରେ ରାୟ ପ୍ରକାଶ ପାଇଁ ଚେଷ୍ଟା କରାଯିବ ବୋଲି ବିଚାରପତି କହିଛନ୍ତି ।

 

ଆର୍ଯ୍ୟନ୍ ଖାନଙ୍କ ଓକିଲ ଅମିତ ଦେଶାଇ କୋର୍ଟରେ ଯୁକ୍ତି କରିଥିଲେ  ଯେ, ହ୍ୱାଟ୍ସ୍ଆପ ଚାର୍ଟ ନ୍ୟାୟିକ୍ ପ୍ରମାଣର ଅନ୍ତର୍ଭୃକ୍ତ ନୁହଁ । ଯେଉଁ ହ୍ୱାଟ୍ସଆପ ଚାର୍ଟର ତଥ୍ୟକୁ ଆଧାର କରି ଏନ୍ସିବି ପ୍ରମାଣ ବୋଲି ଦାବି କରୁଛି ତାହା ଅତ୍ୟନ୍ତ ଦୁର୍ବଳ  । ଏହି କାରଣରୁ ଆର୍ଯ୍ୟନଙ୍କ ସ୍ୱାଧୀନତାକୁ ଛଡ଼ାଇ ନିଆଯାପାରିବ ନାହିଁ  । ଏହି ପ୍ରସଙ୍ଗ କେବଳ ସ୍ୱାଧୀନତା, ସ୍ୱାଧୀନତା ଏବଂ ସ୍ୱାଧୀନତାର ବୋଲି ଦୃଢ଼ତାର ସହ ଯୁକ୍ତି ରଖିଥିଲେ ଅମିତ୍ ଦେଶାଇ । 

 

ସେ କହିଥିଲେ, ଆର୍ଯ୍ୟନଙ୍କର ଅପରାଧିକ ପୃଷ୍ଟଭୂମି କିଛି ନାହିଁ । ତେଣୁ ତାଙ୍କୁ ଜାମିନ ଦଆଯାଉ ବୋଲି ସେ ଦାବି କରିଥିଲେ । ଏନସିବି ପକ୍ଷରୁ ଓକିଲ କହିଥିଲେ, ଆର୍ଯ୍ୟନ ଡ୍ରଗ୍ସ ସେବନ କରିବା ସହ ଏହାକୁ ପେଡେଲରମାନଙ୍କ ଠାରୁ ଆଣୁଥିଲେ । କିନ୍ତୁ ରେଡ୍ ବେଳେ ଆର୍ଯ୍ୟନଙ୍କ ପାଖରୁ କୌଣସି ନିଶାଦ୍ରବ୍ୟ ଠାବ ହୋଇ ନଥିବା ତାଙ୍କ ଓକିଲ ଯୁକ୍ତି ରଖିଛନ୍ତି । ଆର୍ଯ୍ୟନଙ୍କ ସମ୍ପର୍କ ଇଣ୍ଟରନ୍ୟାଶନାଲ ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ଏନସିବି କହୁଥିଲେ ହେଁ ଏ ସମ୍ପର୍କରେ ଏଯାଏ ପ୍ରମାଣ ମିଳିନି ବୋଲି ଆର୍ଯ୍ୟନ୍ଙ୍କ ଓକିଲ କହିଥିଲେ ।


ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ନିଷିଦ୍ଧ ଡ୍ରଗସ୍ ଜବତ କରାଯିବା ସହ ଅକ୍ଟୋବର ୩ରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ଏନସିବି ଏହି ମାମଲା ଅଧିକ ତଦନ୍ତ ଜାରି ରଖିଛି ।
 

Related News
satta king tw