Top Stories

Search here...

News

ସଲମନଙ୍କୁ କାହିଁଙ୍କି ଏପରି ଅଣଦେଖା କଲେ ଗାର୍ଲଫ୍ରେଣ୍ଡ ୟୁଲିଆ

Posted On - 2 hours ago
Edited By Team BbsrReporters
LAST UPDATED Oct 26, 2021 10:16 PM

ବାସ୍ତବରେ ଗତକାଲି ରାତିରେ ସଲମନ ୟୁଲିଆଙ୍କ ସହ ତାଙ୍କ ଭିଣେଇ ତଥା ଅଭିନେତା ଆୟୁଷ ଶର୍ମାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ।

 

BBSR Reporters

 

 

ମୁମ୍ବାଇ: ସଲମାନ ଖାନଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ୟୁଲିଆ ଭନ୍ତୁର ରାଗିଯାଇ ସଲମାନଙ୍କୁ ଅଣଦେଖା କରିଛନ୍ତି । ସଲମାନ ଡାକିଲେ ବି ସେ ଅସିଲେନି । କାରରୁ ଓହ୍ଲାଇ ଧୁମ୍ଧୁମ୍ ହୋଇ ଚାଲିଗଲେ । ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଗତକାଲି ରାତିରେ ସଲମନ ୟୁଲିଆଙ୍କ ସହ ତାଙ୍କ ଭିଣେଇ ତଥା ଅଭିନେତା ଆୟୁଷ ଶର୍ମାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । 

 

 

ଏହି ସମୟରେ, ପ୍ରଥମେ ସଲମାନ ର୍କାରୁ ଓହ୍ଲାଇ ଆସି ଗଣମାଧ୍ୟମଙ୍କ ସାମ୍ନାରେ ଫଟୋ ପାଇଁ ପୋଜ ଦେଇଥିଲେ । ପରେ ହଠାତ୍ ୟୁଲିଆ କାରରୁ ବାହାରକୁ ଆସିଥିଲେ । ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫରମୋନେ ଉଭୟଙ୍କୁ ଏକାଠି ପୋଜ୍ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ୟୁଲିଆ ପୋଜ୍ ଦେବା ପରିବର୍ତ୍ତେ ସେଠାରୁ ଚାଲିଯାଇଥିଲେ । ସଲମାନ ଓ ଫଟୋଗ୍ରାଫରମାନେ ଡାକିଲେ ମଧ୍ୟ ଶୁଣି ନଥିଲେ । ସେ ସଲମାନଙ୍କୁ ଅଣଦେଖା କରି ଆଗକୁ ଚାଲିଯାଇଥିଲେ ।

 

 

ୟୁଲିଆଙ୍କ ଏଭଳି ସ୍ୱଭାବ ଦେଖି ସଲ୍ଲୁ ଭାଇ ମଧ୍ୟ ଚକିତ ହୋଇଯାଇଥିଲେ । ଏହାପରେ ସଲମାନ ତାଙ୍କୁ ଡାକିବା ପାଇଁ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ । କିନ୍ତୁ ଏତିକିରେ ବି ୟୁଲିଆ ତାଙ୍କୁ ଇଗ୍ନୋର କରି ପାର୍ଟି ଭିତରକୁ ଚାଲିଯାଇଥିଲେ । ଏହାପରେ ସଲମାନ ଫଟୋଗ୍ରାଫର ମାନଙ୍କୁ ‘ମ୍ୟାଡମ୍ଙ୍କୁ ଯିବାକୁ ଦିଅ’ ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

 

 

ତବେ ସଲମାନଙ୍କ ପ୍ରତି ୟୁଲିଆଙ୍କ ଏଭଳି ଆଚରଣ ତା’ଙ୍କର ରାଗରୁସା ନା ଆଉ କିଛି, ଏହା କେବଳ ସେ ହିଁ ଜାଣନ୍ତି ।କିନ୍ତୁ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏହା ଏବେ ଏକ ମଜାଦାର ବିଷୟ ପାଲଟିଛି ।

 

ସୂଚନା ମୁତାବକ, ଅକ୍ଟୋବର ୨୫ରେ ଆୟୁଷ ଶର୍ମା ତାଙ୍କ ଜନ୍ମଦିନ ପାଳନ କରିବା ସହିତ ତାଙ୍କର ଆଗାମୀ ଫିଲ୍ମ ‘ଅନ୍ତିମ୍: ଫାଇନାଲ୍ ଟ୍ରୁଥ୍’ର ଟ୍ରେଲର ରିଲିଜ୍ କରିଥିଲେ । ଏହି ଅବସରରେ ବହୁ ସେଲେବ୍ରିଟି ଯୋଗ ଦେଇଥିଲେ ।

Related News
satta king tw