Top Stories

Search here...

News

ରେକର୍ଡ କଲା ସୂର୍ଯ୍ୟବଂଶୀ ଫିଲ୍ମ, ଦିନକରେ ରୋଜଗାର ୨୫କୋଟିରୁ ଅଧିକ

Posted On - 30 minutes ago
Edited By Team BbsrReporters
LAST UPDATED Nov 06, 2021 07:31 PM

୬୬ଟି ଦେଶରେ ୧୩୦୦ ସ୍କ୍ରିନରେ ଏବଂ ଭାରତରେ ୩୫୦୦ରୁ ଅଧିକ ସ୍କ୍ରିନରେ ଏହାକୁ ରିଲିଜ କରାଯାଇଛି ।

 

BBSR Reporters

 

ମୁମ୍ବାଇ: ଦୀପାବଳିର ଶୁଭ ଅବସରରେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶୀ’  । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିଦେ୍ର୍ଧଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନ ଦର୍ଶକଙ୍କ ବେଶ ମନୋରଞ୍ଜନ କରୁଛି । ‘ସୂର୍ଯ୍ୟବଂଶୀ’ ବିଦେଶରେ ବି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଗୋଟିଏ ଦିନରେ ‘ସୂର୍ଯ୍ୟବଂଶୀ’ ୨୫କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା କୁହାଯାଉଛି ।

 


୬୬ଟି ଦେଶରେ ୧୩୦୦ ସ୍କ୍ରିନରେ ଏହି ସିନେମା ରିଲିଜ ହୋଇଛି । ଦେଶରେ ୩୫୦୦ରୁ ଅଧିକ ସ୍କ୍ରିନରେ ଏହାକୁ ରିଲିଜ କରାଯାଇଛି । ଏହି ସିନେମା ପ୍ରେକ୍ଷାଳୟରେ ହିଟ ହୋଇଥିବା କୁହାଯାଉଛି । ଅଜୟ-ରଣବୀରଙ୍କ କେମେଷ୍ଟ୍ରିକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ  । ଫିଲ୍ମଟି ୨୦ ମାସ ପରେ ରିଲିଜ୍ ହୋଇଥିବାରୁ ବେଶ ଉତ୍ସାହିତ ରହିଛନ୍ତି ଦର୍ଶକ  ।

 

ସୂଚନାଯୋଗ୍ୟ, ଫିଲ୍ମ ସୂର୍ଯ୍ୟବଂଶୀ ପ୍ରଥମେ ୨୦୨୦ ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ କରୋନା କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ଲକଡାଉନ୍ ପରେ ଫିଲ୍ମଟି ୨୦୨୧ ଏପ୍ରିଲ ୨୧ରେ ରିଲିଜ ହେବାର ଥିଲା, କିନ୍ତୁ ପୁନର୍ବାର କରୋନାର ଦ୍ୱିତୀୟ ଲହର ଆସିବା ହେତୁ ରିଲିଜ ତାରିଖ ପୁଣି ଥରେ ଘୁଞ୍ଚା ଯାଇଥିଲା । କରୋନା ପରେ ପ୍ରଥମ ପାଇଁ ଏକ ବଡ ଫିଲ୍ମ ଆସିଥିବାରୁ ଦର୍ଶକ ଭରପୁର ମଜା ଉଠାଉଛନ୍ତି ।

Related News
satta king tw