Top Stories

Search here...

News

କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

Posted On - 2 minutes ago
Edited By Team BbsrReporters
LAST UPDATED Oct 31, 2021 06:52 PM

ବାଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ରାଜକୀୟ ସମ୍ମାନ ସହ ପୁନୀତଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

 

BBSR Reporters


ବାଙ୍ଗାଲୁର:  କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ବାଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ରାଜକୀୟ ସମ୍ମାନ ସହ ପୁନୀତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଶେଷ ଦର୍ଶନ ପାଇଁ ଷ୍ଟାଡିୟମ୍ରେ ପ୍ରଂଶସକଙ୍କ ସହ ଅଭିନେତାଙ୍କ ଭିଡ ଜମିଥିଲା । ପୁନିତଙ୍କ ଶେଷ ଥର ପାଇଁ ଦର୍ଶନ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି ଫ୍ୟାନ୍ସ । ଆମେରିକାରେ ରହୁଥିବା ତାଙ୍କ ଝିଅ ବିଳମ୍ବରେ ପହଂଚିଥିବାରୁ ଶେଷକୃତ୍ୟ ହେବାରେ ବିଳମ୍ବ ହୋଇଥିଲା ।

 

ଗତକାଲି ସଂଧ୍ୟା ୭ଟା ପରେ ସେ ବେଙ୍ଗାଳୁରୁରେ ପହଂଚିଥିଲେ । ପରମ୍ପରା ଅନୁଯାୟୀ ସୂର୍ଯ୍ୟସ୍ତ ପରେ ସଂସ୍କାର କାର୍ଯ୍ୟ ହୁଏ ନାହିଁ । ଏହା ସହ ଅଧିକ ସଂଖ୍ୟକ ପ୍ରଶଂସକଙ୍କୁ ପୁନିତଙ୍କ ଶେଷ ଦର୍ଶନ ପାଇଁ ସୁଯୋଗ ଦେବା ପାଇଁ ଅନ୍ତିମ ସଂସ୍କାରକୁ ଘୁଂଚାଇ ଦିଆଯାଇଥିଲା । ଗତକାଲି ସଂଧ୍ୟାରୁ ଷ୍ଟାଡିୟମ୍ରେ ତାଙ୍କ ମରଶରୀର ରଖାଯାଇଥିଲା । ଷ୍ଟାଡିୟମ୍ରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ସୁରକ୍ଷା ଦୃଷ୍ଟିରୁ ୬ ହଜାରରୁ ଅଧିକ ପୋଲିସ କର୍ମୀ ଓ ୪୦ କେଏସ୍ଆରପି ପ୍ଲାଟୁନ୍ ସୁତୟନ ହୋଇଛନ୍ତି । ପୁନିତଙ୍କ ବାପାଙ୍କ ସ୍ମାରକୀ ନିକଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।  

Related News
satta king tw