Top Stories

Search here...

News

ଧନୀ ରାଷ୍ଟ୍ର ତାଲିକା; ଆମେରିକାକୁ ଟପିଲା ଚୀନ

Posted On - 3 minutes ago
Edited By Prabir Kumar
LAST UPDATED Nov 16, 2021 07:06 PM

୨୦୦୦ ମସିହାରେ ଚୀନର ମୋଟ ସମ୍ପତ୍ତି ପରିମାଣ ମାତ୍ର ୭ ଟ୍ରିଲିୟନ ଡଲାର ଥିବାବେଳେ ୨୦୨୦ରେ ତାହା ୧୫୬ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି  ।

 

BBSR Reporters


ନୂଆଦିଲ୍ଲୀ : ଧନୀ ରାଷ୍ଟ୍ର ତାଲିକାରେ ଚୀନ ଏବେ ଆମେରିକାକୁ ବି ଟପିଯାଇଛି  । ମୋଟ ସଂପତ୍ତି ଦୃଷ୍ଟିରୁ ଚୀନ ଏବେ ବିଶ୍ୱର ନଂ୧ ଧନୀ ରାଷ୍ଟ୍ରରେ ପରିଣତ ହୋଇଛି  । ମ୍ୟାକିନସେ ଏଣ୍ଡ କୋ’ର ଏକ ରିପୋର୍ଟ ଅନୁସାରେ ୨୦୨୦ରେ ସମଗ୍ର ବିଶ୍ୱର ମୋଟ ସମ୍ପତ୍ତି ପରିମାଣ ୫୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି  । ୨୦୦୦ ମସିହାରେ ଏହା ୧୫୬ ଟ୍ରିଲିୟନ ଡଲାର ଥିଲା  । 

 

ଏହି ୨୦ ବର୍ଷରେ ଚୀନର ସମ୍ପତ୍ତି ସବୁଠାରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଛି  । ୨୦୦୦ ମସିହାରେ ଚୀନର ମୋଟ ସମ୍ପତ୍ତି ପରିମାଣ ମାତ୍ର ୭ ଟ୍ରିଲିୟନ ଡଲାର ଥିବାବେଳେ ୨୦୨୦ରେ ତାହା ୧୫୬ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି  । ଅନ୍ୟପକ୍ଷରେ ଆମେରିକାର ସଂପତ୍ତି ଧୀମା ଗତିରେ ବୃଦ୍ଧି ପାଇ ୯୦ ଟ୍ରିଲିୟନ ଡଲାରରେ ପହଞ୍ଚିଛି  ।

 

ବିଶ୍ୱର ଏହି ଦୁଇଟି ବୃହତ୍ତମ ଅର୍ଥନୀତିର ମୋଟ ସମ୍ପତ୍ତିର ଦୁଇ-ତୃତୀୟାଂଶ ୧୦ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଠୁଳ ହୋଇ ରହିଛି  । ବିଶ୍ୱର ମୋଟ ୫୨୦ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ପ୍ରାୟ ୬୮ ପ୍ରତିଶତ ରିଅଲ ଇଷ୍ଟେଟରେ ରହିଛି  । ଅବଶିଷ୍ଟ ସମ୍ପତ୍ତି ଭିତ୍ତିଭୂମି, ମେସିନ ଓ ଉପକରଣ ଆଦି ରୂପରେ ରହିଛି  । ଅଳ୍ପ କିଛି ସମ୍ପତ୍ତି ବୈଦ୍ଧିକ ସଂପଦ ଓ ପ୍ୟାଟେଣ୍ଟ୍ ଭାବେ ରହିଛି  ।

 

ତେବେ ମ୍ୟାକକିନସେ ନିଜ ରିପୋର୍ଟରେ ସତର୍କ କରାଇଦେଇଛି ଯେ ବିଶ୍ୱରେ ଯେଉଁ ଦ୍ରୁତ ପରିମାଣରେ ସଂପତ୍ତି ବୃଦ୍ଧି ପାଇଛି ତାହା ବିଶ୍ୱର ଜିଡିପି ସହିତ ତାଳ ଖାଉନାହିଁ  । ଏଣୁ ଫୁଲିଚାଲିଥିବା ଏହି ସଂପତ୍ତି ତିଷ୍ଠି ପାରିବ ନାହିଁ  ।


 

Related News
satta king tw