Top Stories

Search here...

News

ଭିଢ ପାଇଁ ଶ୍ରୀମନ୍ଦିରରେ ରାତି ୧୧ ଟା ଯାଏ ବଢିଲା ଦର୍ଶନ ସମୟ

Posted On - 1 hour ago
Edited By Prabir Kumar
LAST UPDATED Nov 17, 2021 09:13 PM

ତେବେ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ ।

 

BBSR Reporters


ପୁରୀ : ପୁରୀ ଶ୍ରୀମନ୍ଦିରରେ ଭିଡ଼କୁ ନଜିରରେ ରଖି ଦର୍ଶନ ସମୟ ବୃଦ୍ଧି  କରାଯାଇଛି । ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ଓ ଆସନ୍ତାକାଲି ଅର୍ଥାତ ୧୭ ଓ ୧୮ ତାରିଖ ଦୁଇ ଦିନ ଦର୍ଶନ ସାକାଳ ୭ଟିରୁ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ୍ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । 

 


ଷ୍ନିଷ୍ପତି ଅନୁଯାୟୀ, ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଭିଡ଼କୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି । ବୈଠକରେ ଜିଲ୍ଲାପାଳ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମାନେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ସକାଳେ ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଯେଉଁଥିପାଇଁ ଶ୍ରୀମନ୍ଦିରରେ ଭିଡ଼ ପରିଲକ୍ଷିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି  ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।


 

Related News
satta king tw