Top Stories

Search here...

News

ଦୀର୍ଘ ୧୫ ବର୍ଷ ପରେ ଦେଶର ରାଷ୍ଟ୍ରପତିଙ୍କ ଟ୍ରେନ୍ କିପରି ଥିଲା ପଢନ୍ତୁ

Posted On - 1 minute ago
Edited By Team BbsrReporters
LAST UPDATED Jun 28, 2021 12:41 PM

ଭାରତୀୟ ରେଳ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ବିଶେଷ ଟ୍ରେନରେ ନିଜ ପରିବାର ସହିତ ଜନ୍ମସ୍ଥାନକୁ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ।

 

BBSR Reporters

 

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ତିନି ଦିବସୀୟ କାନପୁର ଓ ଲକ୍ଷ୍ନୌ ଯାତ୍ରା କରିଛନ୍ତି । ଏହି ଯାତ୍ରା ଅବସରରେ ରାଷ୍ଟ୍ରପତି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ଟ୍ରେନ ପ୍ରସ୍ତୁତ କରିଛି । 

 

ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ରେଳ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ବିଶେଷ ଟ୍ରେନ୍ରେ ନିଜ ପରିବାର ସହିତ ଜନ୍ମସ୍ଥାନକୁ ଯାତ୍ରା କରିଛନ୍ତି । ରାଷ୍ଟ୍ରପତି ପଦରେ ଶପଥ ନେବା ପରେ କୋବିନ୍ଦଙ୍କର ନିଜ ଜନ୍ମସ୍ଥାନକୁ ଏହା ପ୍ରଥମ ଯାତ୍ରା । ଦୀର୍ଘ ୧୫ ବର୍ଷ ପରେ ଦେଶର କେହି ରାଷ୍ଟ୍ରପତି ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି । 

 

ସୂଚନାଯୋଗ୍ୟ ଯେ ଶେଷଥର ୨୦୦୬ରେ ଭାରତର ତକ୍ରାଳୀନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ୍ କଲାମ ଆଜାଦ୍ ଭାରତୀୟ ମିଲିଟାରୀ ଆକାଡେମୀର ପରେଡ୍ରେ ଯୋଗଦେବା ପାଇଁ ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କରିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରା ଭାରତୀୟ ରେଳ କର୍ମଚାରୀଙ୍କ ମନରେ ଅଦମ୍ୟ ଉତ୍ସାହ ଭରି ଦେଇଛି ବୋଲି ଆଇଆର୍ସିଟିସିର ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ।

 

 ଏହା କୋଟି କୋଟି ଭାରତୀୟ ଯେଉଁମାନେ ରେଳ ଉପରେ ନିର୍ଭର କରୁଛନ୍ତି ସେମାନଙ୍କୁ ରେଳ ଯାତ୍ରା କରିବା ପାଇଁ ଉତ୍ସାହିତ କରିବ । ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ରେଳମନ୍ତ୍ରୀ ପିୟୁଷ ଗୋଏଲ, ରେଳବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୁନିତ ଶର୍ମା ପ୍ରମୁଖ ବିଦାୟ ଦେଇଥିଲେ ।

 

ଏହି ଟ୍ରେନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଏନ-୯୫ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଏହାବାଦ ଟିକା ଓ ନେଗେଟିଭ ରିପୋର୍ଟ ଜରୁରୀ କରାଯାଇଛି । ରାଷ୍ଟ୍ରପତିଙ୍କ ଏହି ପ୍ରେସିଡେଣ୍ଟାଲ ଟ୍ରେନ ଘଣ୍ଟାପ୍ରତି ୯୦ ରୁ ୧୧୦ କିମି ବେଗରେ ଯାତ୍ରା କରିଛି ।  ଏହି ଟ୍ରେନ ଆଲିଗଡ, ଟୁଣ୍ଡାଲ, ଫିରୋଜାବାଦ, ଇଟାୱା, ଦେଇ ଯିବ । କିନ୍ତୁ କୌଣସି ଷ୍ଟେସନରେ ଏହା ରହିବ ନାହିଁ । କେବଳ ଟ୍ରେନଟି ଝିଂଝାକ-ଋରା ଷ୍ଟେସନ(କାନପୁର ଅଞ୍ଚଳ)ରେ ରହିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀରୁ କାନପୁର ଯାତ୍ରା କରିଥିବା ପ୍ରେସିଡେଣ୍ଟାଲ ଟ୍ରେନଟି ସୁବିଧା ଓ ସୁରକ୍ଷାକୁ ନିଶ୍ଚିତ କରିଛି ରେଳବାଇ ଓ ଏନଏସଜି । ଏହି ଟ୍ରେନର କୋଚ୍ଗୁଡିକ ବୁଲେଟ ପ୍ରୁଫ୍ ହୋଇଛି ଓ ଏନଏସଜି କମାଣ୍ଡର ପୁରା ସୁରକ୍ଷା ବ୍ୟବସ୍ଥା ନିଜ ନିୟନ୍ତ୍ରଣକୁ ନେଇଛି । ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ କାନପୁର ଅଭିମୁଖେ ଏହି ଟ୍ରେନ ଯାତ୍ରା କରିଛି । ରାଷ୍ଟ୍ରପତି କୋବିନ୍ଦ ୫ ଦିନିଆ ଗସ୍ତରେ ନିଜ ଜନ୍ମମାଟି କାନପୁର ଅଭିମୁଖେ ଯାଉଛନ୍ତି । 

Related News
satta king tw