Top Stories

Search here...

News

ଅଧ୍ୟାପକ ନିଯୁକ୍ତିରେ ବିଳମ୍ବ କରୁଛି ରେଭେନ୍ସା ବିଶ୍ୱବିଦ୍ୟାଳୟ; ପଢନ୍ତୁ ପୁରା ଖବର 

Posted On - 5 minutes ago
Edited By Team BbsrReporters
LAST UPDATED Jul 05, 2021 05:22 PM

ରେଭେନ୍ସା ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ ଶିକ୍ଷା ବ୍ୟବସ୍ତାରେ ବୃଦ୍ଧି ଘଟିନି

BBSR Reporters 
 
କଟକ: ରାଜ୍ୟର ରୈାପ୍ୟ ନଗରୀ ତଥା କଟକରେ ଅବସ୍ଥାପିତ ରେଭେନ୍ସା ଏକ ଐତିହାସିକ ବିଶ୍ୱବିଦ୍ୟାଳୟ ରୂପେ ସମଗ୍ର  ବିଶ୍ୱରେ ପରିଚିତ । ପୂର୍ବରୁ ଏହାର ଶିକ୍ଷା ଢାଞ୍ଚାରୁ ଅନେକ ମହାପରୁଷ ଓ ସ୍ୱାଧୀନତା ସଂଗ୍ରାମୀମାନେ ଉଚ୍ଚ ଶିକ୍ଷା ଲାଭ କରି ଜାତୀୟ ଏବଂ ଆନ୍ତଃଜାତୀୟ ସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିପାରିଛନ୍ତି । କିନ୍ତୁ ବର୍ତ୍ତମାନର ଶିକ୍ଷା ଢାଞ୍ଚା  ସ୍ଥିତିକୁ ଯଦି ସମୀକ୍ଷା କରିବା ତେବେ ଏହା ଦିନକୁ ଦିନ ବିଗିଡିବାରେ ଲାଗିଛି । ରାଜ୍ୟ ଏବଂ ବାହାର ରାଜ୍ୟରୁ ଉଚ୍ଚ ଶିକ୍ଷା ପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ବେଶ୍ ଆଶା, ଭରସା ନେଇ ଉତ୍ତମ  ଭବିଷ୍ୟତ ଗଢ଼ିବା ପାଇଁ ଏଠାକୁ ଆସିଥାନ୍ତି କିନ୍ତୁ ବର୍ତ୍ତମାନର ଶିକ୍ଷା ଢାଞ୍ଚା ଓ ଶିକ୍ଷା ଦାନ ପ୍ରଣାଳୀରେ କିଛି ଅନିୟମୀତତା ଏବେ ଦୃଷ୍ଟିଗୋଚର ହେବାର ଲାଗିଛି । ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ ଶିକ୍ଷା ବ୍ୟବସ୍ଥାରେ ବୃଦ୍ଧି ଘଟିବା ପରିବତେ ଦିନକୁ ଦିନ ହ୍ରସ ପାଇବାରେ ଲାଗିଛି । ଅନ୍ୟାନ୍ୟ କେତେକ କାରଣ ସହିତ ଅଧ୍ୟାପକ  ଅଭାବ ଓ ନୂତନ ଅଧ୍ୟାପକ  ନିଯୁକ୍ତିରେ ବିଳମ୍ବ ଏହାର ଅନ୍ୟତମ କାରଣ । 

 


ସୂଚନା ଯୋଗ୍ୟ ଯେ ଦୀର୍ଘବର୍ଷ ଧରି ୧୭୯ ଅଧ୍ୟାପକ  ପଦବି ଖାଲି ପଡିଛି । ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ ରେଭେନ୍ସାରେ ୩୪ ଟି ସ୍ନାତକ ବିଭାଗ, ୩୬ ଟି ସ୍ନାତକୋତ୍ତର ବିଭାଗ ସହିତ ୨୪ ଟି ଏମଫିଲ  ଓପିଏଚଡ଼ି ପାଠ୍ୟକ୍ରମ  ପାଇଁ ୩୮୫ ରୁ ଅଧିକ ଅଧ୍ୟାପକ ଆବଶ୍ୟକ । ବର୍ତ୍ତମାନ  ବିଶ୍ୱବିଦ୍ୟାଳୟରେ ୭୦ ଜଣ ସ୍ଥାୟୀ ଓ ୧୪୦ ଜଣ ଅତିଥି ଆଧ୍ୟାପକ ଅଛନ୍ତି । ଅନେକ କାରଣ ପାଇଁ ରେଭେନ୍ସାରେ ଦୀର୍ଘବର୍ଷ ଧରି ୧୭୯ ପଦବି ପୂରଣ ହୋଇପାରିନାହିଁ  ।  ବର୍ତ୍ତମାନ  ରେଭେନ୍ସାରେ ନୂତନ ଅଧ୍ୟାପକ ନିଯୁକ୍ତି ରାଜ୍ୟ ସରକାର ଓଡିଶା ଲୋକସେବା ଆୟୋଗ ଦ୍ୱାରା କରିବାକୁ ଘୋଷଣା କରିଛନ୍ତି ।  ଏଥିରେ ରେଭେନ୍ସାରେ ୮୦ ରୁ ୯୦ ଆସିଷ୍ଟାଣଡ ପ୍ରଫେସର  ପଦବି ପୂରଣ ହେବ ବୋଲି ଆଶା କରାଯାଉଛି ।

 


 ଏହା ସ୍ଵତ୍ତ୍ୱେ ବି ୮୦ ରୁ ଅଧିକ ଆସୋସିଏଟ୍ ପ୍ରଫେସର  ଓ ପ୍ରଫେସର ପଦବି ଖାଲି ରହିବ । ଏ ସମସ୍ତ ପଦବି ପୂରଣ ନହେବା ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷା ଢାଞ୍ଚାରେ ହ୍ରସ  ପାଇବା ସହିତ ରେଭେନ୍ସା ତାର ପୂର୍ବ ସଫଳତା ଠାରୁ ବହୁତ ପଛରେ ରହିଯିବ ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ  କରୁଛନ୍ତି । 

 

ରେଭେନ୍ସା ପକ୍ଷରୁ ୨୦୧୪ ରୁ ଅଧ୍ୟାପକ ନିଯୁକ୍ତିକୁ ନେଇ ବାରବାର ବିଞପ୍ତି ପ୍ରକାଶ  ପାଉଥିଲେ ବି ଏହା ବିଭିନ୍ନ ନ୍ୟାୟିକ ମାମଲାରେ ଛନ୍ଦି ହୋଇ ରହିଯାଉଛି । ନିଯୁକ୍ତି ବିଞପ୍ତିରେ ବିଭିନ୍ନ ଅନିୟମୀତତା ପରିଲିକ୍ଷିତ ହେବା ପରେ ଏହି ସବୁ ମାମଲା ଅଦାଲତକୁ ଯାଇଛି, ଯାହାକି ୨୦୧୪ ରେ ପ୍ରକାଶ  ପାଇଥିବା ବିଞାପନକୁ ୨୦୧୫ରେ ଓ ୨୦୧୬ ର ବିଞପ୍ତିକୁ ୨୦୧୮ ରେ ଅଦାଲତ  ରଦ୍ଧ କରିଥିଲେ । ଏହପରେ ୨୦୧୮ ରେ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ଏକ ବର୍ଷରୁ ଅଧିକ ସମୟ ପାଇଁ ବନ୍ଦ ରଖାଯାଇଥିଲା । ପରେ ବିଶ୍ୱବିଦ୍ୟାଳୟ ତରଫରୁ ଆବଶ୍ୟକ ଥିବା ସମସ୍ତ ପଦବି ପୂରଣ ପାଇଁ ୨୦୨୦ ଜାନୁୟାରୀ ରେ ସାନି ବିଞପ୍ତି ପ୍ରକାଶ  ପାଇଥିଲା ମାତ୍ର କରୋନା ପରେ ଗତ ସେପ୍ଟମ୍ବରରେ ‘ଓଡିଶା ୟୁନିଭରସିଟିସ’ ଅମେଣ୍ଡମେଣ୍ଡ  (ଅଡିନାନ୍ସ )ଆକ୍ଟ -୨୦୨୦ ରେ ଅଧ୍ୟାପକ ନିଯୁକ୍ତିରେ ପରିବର୍ତ୍ତନ  କରାଯାଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟ ବଦଳରେ ସରକାର ନୂଆ ଅଧ୍ୟାପକ ନିଯୁକ୍ତି ଓଡିଶା ଲୋକସେବା ଆୟୋଗ ଦ୍ୱାରା କରିବା ପାଇଁ ନୂଆ ନିୟମ ଘୋଷଣା କରିଥିଲେ । କିନ୍ତୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ଉପରେ କେବେ ଦୃଷ୍ଟି ଦେବେ ତା ଉପରେଛାତ୍ରଛାତ୍ରୀଙ୍କ  ନଜର ।

Related News
satta king tw