dd dd

Top Stories

Search here...

News

ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର

Posted On - 1 minute ago

 ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବି ମିଶ୍ରଙ୍କ ପରଲୋକ ଘଟିଛି 

 

BBSR Reporters

 

ଭୁବନେଶ୍ୱର : ୨୦୨୦ ଛଡେଇ ନେଇଥିଲା ଓଲିଉଡର ବହୁ କଳାକାର। କୋରନା ତାଣ୍ଡବ ରଚିଥିବା ବେଳେ ଓଡ଼ିଆ ସିନେ ଜଗତକୁ  ଯେମିତି କାହାର ଅଶୁଭ ନଜର ଲାଗିଯାଇଥିଲା। ସେହିପରି ୨୦୨୧ ବର୍ଷ ଆରମ୍ଭ ହେଉ ହେଉ ଓଡିଆ ସିନେ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି । 

 

ପରଲୋକରେ ବିଶିଷ୍ଟ  ଅଭିନେତା ରବି ମିଶ୍ର । ବୁଧବାର ଦିନ ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା।

 

ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅନେକ ଗୁଡିଏ ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି ରବି । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ରବି ମିଶ୍ର । 

 

Edit by: ବର୍ଷା ମଲ୍ଲିକ

Related News
satta king tw