dd dd

Top Stories

Search here...

News

ଲତାଙ୍କ ସ୍ୱରକୁ ନେଇ ଉଠିଲା ଏଭଳି ପ୍ରଶ୍ନ: ଜବାବ ଦେଲେ ଅଦନନ୍; ପଢ଼ନ୍ତୁ ପୁରା ଖବର

Posted On - 14 hours ago

 

ଭାରତୀୟଙ୍କୁ ଏହା ମାନିବାକୁ ବାଧ୍ୟ କରାଯାଇଛି ଯେ ଲତାଙ୍କ ସ୍ଵରରେ ଯାଦୁ ଅଛି କିନ୍ତୁ ବାସ୍ତବରେ ତାଙ୍କ ସ୍ବର ବହୁତ୍ ଖରାପ

 

BBSR Reporters

 

ନିକଟରେ ଭାରତୀୟ ସଙ୍ଗୀତଜ୍ଞ ଅଦନନ୍ ସାମି (Adnan Sami) ସୋସିଆଲ ମିଡିଆରେ ଲତା ମଙ୍ଗେସକର (Lata Mangeskar), ନୁର୍ ଯାହଁ, ଆଶା ଭୋସଲେ(Asah Bhosle) ଙ୍କ ଫଟୋ ସେୟାର କରିଥିଲେ । ଏହା ଆଇକୋନିକ ଓ ହିଷ୍ଟୋରିକ ବୋଲି ଫଟୋର  କ୍ୟାପସନ୍ ଥିଲା । ଏହି ଫଟୋ ସେୟାର କରିବା ପରେ ୟୁଜର ମାନେ ଲତା ମଙ୍ଗେସକରଙ୍କ ଫଟୋକୁ ନେଇ ଟୁଇଟରରେ କମେଣ୍ଟ କରିବା ଆରମ୍ଭ କରିଦେଲେ । ଏହି କମେଣ୍ଟରେ ରାଗି ଯାଇଥିଲେ ଅଦନନ୍ । 

 

ୟୁଜର ମାନେ ଟ୍ରୋଲ କରି ଲତାଙ୍କୁ ଓଭରେଟେଡ ଓ ଅନ୍ୟଙ୍କ କ୍ୟାରିଅର ନଷ୍ଟ କରୁଥିବା ସିଙ୍ଗର କହିଥିଲେ । ଜଣେ ୟୁଜର କହିଛନ୍ତି 'ଭାରତୀୟଙ୍କୁ ଏହା ମାନିବାକୁ ବାଧ୍ୟ କରାଯାଇଛି ଯେ ଲତାଙ୍କ ସ୍ଵରରେ ଯାଦୁ ଅଛି କିନ୍ତୁ ବାସ୍ତବରେ ତାଙ୍କ ସ୍ବର ବହୁତ୍ ଖରାପ ' । ସେହିଭଳି ଆଉ ଜଣେ ୟୁଜର କହିଥିଲେ ଯେ 'ଭାରତୀୟଙ୍କ ବ୍ରେନୱାସ କରାଯାଇଥିଲା ଯେ ଏହି ସିଙ୍ଗରଙ୍କ ପାଖରେ ମଧୁର ସ୍ବର ଅଛି' । ଏହି କମେଣ୍ଟକୁ ଦେଖି ଅଦନନ୍ ଅତ୍ୟନ୍ତ ରାଗିଯାଇ ଏହି ଟ୍ରୋଲର ଜବାବ ମଧ୍ୟ ଦେଇଥିଲେ । 

 


ଟ୍ରୋଲର ଜବାବରେ ଅଦନନ୍ କହିଥିଲେ' ବନ୍ଦର କ୍ୟା ଯାନେ ଅଦରକ ସ୍ବାଦ', କିଛି କହିବା ପରିବର୍ତ୍ତେ ତୁମର ସନ୍ଦେହ ଥିଲେ ଚୁପ୍ ରୁହନ୍ତୁ । କିନ୍ତୁ ଏହା ପରେ ମଧ୍ୟ ଲୋକଙ୍କ କମେଣ୍ଟ କରିବା ବନ୍ଦ ହୋଇନଥିଲା । ଏହାପରେ ପୁଣି ଆଉ ଜଣେ ୟୁଜର ଲେଖିଥିଲେ , ମତେ ଖୁସି ଲାଗୁଛି ଯେ ଲତା 'ଉମରାଓ ଯାନ ' ରେ ଗୀତ ଗାଇ ନଥିଲେ । 

 

Edit by: ଅନୁପମା ମଲ୍ଲିକ

Related News
satta king tw